ELEPHANT Photograph: (OTV)
ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି, ଆଠଗଡ଼ ସୁକାଶନ ଜଙ୍ଗଲକୁ ଫେରିଲେ ହାତୀ। କିଛି ଦିନ ହେଲା ବାଙ୍କୀ ଡମପଡା ବ୍ଲକର ବିଭିନ୍ନ ଚାଷ ଜମିରେ ପଶି ଉପଦ୍ରବ କରୁଥିଲେ ଏହି ୨୧ ଟିକିଆ ହାତୀ ପଲ।
ଡମପଡା ବ୍ଲକର ଭଗିପୁର, ବାଆଁରା, ପାଥପୁର, କଇଁମୁଣ୍ଡିଗ ଆଦି ଅଞ୍ଚଳର ଚାଷ ଜମିରେ ପଶି ନଷ୍ଟ କରୁଥିଲେ ଫସଲ। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା-ଡମପଡା ଅଭୟାରଣ୍ୟରୁ ହାତୀ ପଲ ଆସି ପ୍ରଥମେ ବାଙ୍କୀ କଟକ ମୁଖ୍ୟ ରାସ୍ତା କଡରେ ରହିଥିଲେ।
ପରେ ବିଳମ୍ବିତ ରାତିରେ ମୁଖ୍ୟ ରାସ୍ତା ଦେଇ ଆଠଗଡ଼ ଯାଇଛନ୍ତି ହାତୀ ପଲ । ହାତୀ ପଲରେ ଛୋଟ ବଡ଼ ମିଶାଇ ମୋଟ ୨୧ ହାତୀ ଥିବା ସୂଚନା ମିଳିଛି।
ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି
ଜଙ୍ଗଲକୁ ଫେରିଲେ ୨୧ ଟିକିଆ ହାତୀ ପଲ
ଆଠଗଡ଼ ସୁକାଶନ ଜଙ୍ଗଲକୁ ଫେରିଲେ ହାତୀ
ଚାଷ ଜମିରେ ପଶି ନଷ୍ଟ କରୁଥିଲେ ଫସଲ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/elephant-2026-01-15-12-28-45.jpg)