Advertisment

Ravi Pani Targets Naveen : ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ରବି ପାଣି

ଛାଇକୁ ଭୟ କରନ୍ତି ନବୀନ। ଆଜି କିଛି ଏଭଳି ଢଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କରିଛନ୍ତି ବରିଷ୍ଠ ନେତା ରବି ପାଣି। ନବୀନ ବିଜୟଙ୍କ ପୁଅକୁ ଡାକି ଆଣି ଦଳରେ ସାମିଲ କରାଇଲେ। ସେତେବେଳେ କଣ ବିଜୟଙ୍କୁ ପଚାରିଥିଲେ?

044_RABI_PANI-01
Advertisment

ଛାଇକୁ ଭୟ କରନ୍ତି ନବୀନ। ଆଜି କିଛି ଏଭଳି ଢଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କରିଛନ୍ତି ବରିଷ୍ଠ ନେତା ରବି ପାଣି। ନବୀନ ବିଜୟଙ୍କ ପୁଅକୁ ଡାକି ଆଣି ଦଳରେ ସାମିଲ କରାଇଲେ। ସେତେବେଳେ କଣ ବିଜୟଙ୍କୁ ପଚାରିଥିଲେ? ସେତବେଳେ ବିଜୟ ଆଉ ନଳିନୀଙ୍କୁ ବାହାର କରି କହିଥିଲେ ଦୁର୍ନୀତି ଗସ୍ତ ଆଉ ଏବେ ବି ସେୟା। 

Advertisment

ଯେଉଁମାନେ ଗତକାଲି ବିଶ୍ୱାସଘାତକ ଓ ଦୁର୍ନୀତିଗସ୍ତ କହୁଥିଲେ ସେମାନେ ମେ ୨୯ରେ କଣ କରିଥିଲେ ବୋଲି କହି ଅତନୁ ସବ୍ୟସାଚୀଙ୍କୁ ନିଶାନା କରିଛନ୍ତି। ଏପରିକି, ନବୀନଙ୍କ ପାଖରେ ଘେରିକି ଅଛନ୍ତି ଅନେକ ବିଶ୍ୱାସଘାତକ । ନବୀନ କଣ କୋଳି ଖାଇ ମଞ୍ଜି ପୋତିଛନ୍ତି କି ସବୁ ବେଳେ ରହିବେ । ଆମେ ୫୦ରୁ ୬୦ ସବୁବେଳେ ବସୁଛୁ, ଓଡିଶା ବୁଲୁଛୁ ନୂଆ ସମୀକରଣ କଥା ଚିନ୍ତା କରାଯାଉଛି । ବିଜୁ ବାବୁ ଟିକେ ଭୁଲ ପାଇଁ ୪୫କୁ ଖସି ଆସିଥିଲେ ଆଉ ନବୀନ ଏବେ ଜିରୋ ।

ନବୀନ ବାବୁ ଆଗରୁ କହୁଥିଲେ ହାତ ହଲେଇଲେ ଭୋଟ ନୂଆପଡ଼ାରେ ଦଳର ଅବସ୍ଥା କଣ ହେଲା । ଦୁଇ ବିଧାୟକଙ୍କ ଉପରେ ଆକ୍ସନ ବୁମେରାଙ୍ଗ ହୋଇପାରେ ବୋଲି କହି ବଡ଼ ଇସାରା ଦେଇଛନ୍ତି ରବି ପାଣି ।

Advertisment

ସୂଚନାଯୋଗ୍ୟ ଅରବିନ୍ଦଙ୍କୁ ନିଲମ୍ବନ ପରେ ବିଜୟଙ୍କ ଘରକୁ ଯାଇଥିଲେ ବରିଷ୍ଠ ନେତା ରବି ପାଣି। ଭୁବନେଶ୍ବର ସ୍ଥିତ ବିଜୟଙ୍କ ବାସଭବନକୁ ଯାଇ ଆଲୋଚନା କରିଛନ୍ତି। ରବିଙ୍କ ଅଭିଯୋଗ ନେଇ ଅତନୁ ସବ୍ୟସାଚୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି।

Odisha Politics Political News Today Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ