Advertisment

Rare Goat Kid With Monkey-Like: ମାଙ୍କଡ଼ ପରି ମୁହଁ ଥିବା ବିରଳ ଛେଳି ଛୁଆ, ଗାଁ ସାରା ଆଶ୍ଚର୍ଯ୍ୟ

ଗାଁକୁ ସ୍ତବ୍ଧ କରିଦେଇଛି ଏକ ଛେଳି ଛୁଆ। ଲୋକେ ଦେଖିବାକୁ ଭିଡ଼ ଜମାଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍ ଅଧୀନରେ ଥିବା ଅଇଲାସାରି ଗାଁରେ ଏପରି ଏକ ଘଟଣା ଘଟିଛି।

Rare Goat Kid With Monkey-Like

ମାଙ୍କଡ଼ ପରି ମୁହଁ ଥିବା ବିରଳ ଛେଳି ଛୁଆ Photograph: (OTV)

Advertisment

ଗାଁକୁ ସ୍ତବ୍ଧ କରିଦେଇଛି ଏକ ଛେଳି ଛୁଆ। ଲୋକେ ଦେଖିବାକୁ ଭିଡ଼ ଜମାଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍ ଅଧୀନରେ ଥିବା ଅଇଲାସାରି ଗାଁରେ ଏପରି ଏକ ଘଟଣା ଘଟିଛି। ଗାଁର ବାସିନ୍ଦା ବୈଶାଖୁ ବରିହା ଯିଏ ଛେଳି ପାଳନ କରି ଜୀବନ ନିର୍ବାହ କରନ୍ତି, ତାଙ୍କର ଗୋଟିଏ ଛେଳି ଏକ ବିରଳ ଓ ଆଶ୍ଚର୍ଯ୍ୟଜନକ ଛୁଆକୁ ଜନ୍ମ ଦେଇଛନ୍ତି।

Advertisment

ଏହି ଛୁଆର ମୁହଁକୁ ଦେଖିଲେ ଏହା ଛେଳି ନା ମାଙ୍କଡ଼ ବୋଲି ପ୍ରଶ୍ନ ଆସୁଛି? ଛୁଆଟିର ମୁହଁ ପୂରା ମାଙ୍କଡ଼ ପରି ଦେଖାଯାଉଛି। ଆଖି, ନାକ  ଓ ପାଟି ମାଙ୍କଡ ପରି ଦେଖାଯାଉଥିବା ଏଳେ ଶରୀର ଛେଳି ପରି ଲାଗୁଛି। 

ଏହି ବିରଳ ଛେଳି ଛୁଆ ଜନ୍ମ ଖବର କ୍ଷଣକ ଭିତରେ ଗାଁରୁ ବ୍ୟାପୀ ବାହାର ଗାଁକୁ ଖେଳିଯାଇଥିଲା। ଫଳରେ ଦେଖିବା ନେଇ ଆଖପାଖ ଗାଁରୁ ଲୋକେ ଆସିବାରୁ ପ୍ରବଳ ଭିଡ଼ ଲାଗିଥିଲା। କେହି କହୁଛନ୍ତି ଏହା ପ୍ରକୃତିର ଦାନ ତ, କେହି କହୁଛନ୍ତି ଏହା ଈଶ୍ୱରଙ୍କ ଚମତ୍କାର।

Advertisment

ତେବେ ବିଜ୍ଞାନ ଦୃଷ୍ଟିରୁ ଏହାକୁ ଆନୁବଂଶିକ ପରିବର୍ତ୍ତନ ବୋଲି କୁହାଯାଏ। ଏଭଳି ବିରଳ ଘଟଣା ପୂର୍ବରୁ ବି ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଇଛି, କିନ୍ତୁ ମାଙ୍କଡ଼ ପରି ମୁହଁ ଥିବା ଛେଳି ଛୁଆ ତ ସତରେ ଅତ୍ୟନ୍ତ ଦୁର୍ଲଭ!

Subarnapur Goats Bizarre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ