Advertisment

Rare Courtroom Cry: ୬୦ ଗ୍ରାମ୍ ‘ଅଫିମ’ ପାଇଁ ହାଇକୋର୍ଟ କବାଟ ପିଟିଲେ ବୃଦ୍ଧ , ଦିନକୁ ମିଳୁଛି ୪୦ ଦରକାର ୬୦ ଗ୍ରାମ ଅଫିମ

ଯୁବାବସ୍ଥାରୁ ଅଫିମ୍ ଅଭ୍ୟାସରେ ପଡ଼ିଯାଇଥିଲେ, ପରିସ୍ଥିତି ଏମିତି ହେଇଛି କି ସେ ଖାଲି ଅଫିମ୍ ପଛରେ ନୁହେଁ, ଅଫିମ୍ ରାମଚନ୍ଦ୍ରଙ୍କୁ ଯେମିତି ନିଜ ଅକ୍ତିଆରକୁ ନେଇଛି। ଦିନରେ ଟିକିଏ ରାତିରେ ଟିକିଏ ଅଫିମ୍ ନଖାଇଲେ ନିଦ ହୁଏନି କି ଭୋକ ଲାଗେନି।

OPHIM-QUOTA-HIKE

OPHIM-QUOTA-HIKE Photograph: (OTV)

Advertisment

କିଏ ଘର, କିଏ ଜମି, କିଏ ନ୍ୟାୟ ପାଇଁ କିଏ ନିଜ ଦାବି ପାଇଁ...ଭିନ୍ନ ଭିନ୍ନ ସମସ୍ୟା ଓ କାରଣ ପାଇଁ କୋର୍ଟର ଦ୍ବାରସ୍ତ ହୁଅନ୍ତି। ହେଲେ କେବେ ଶୁଣିଛନ୍ତି ଅଫିମ୍ ଖାଇବାକୁ ହାଇକୋର୍ଟରେ ଆବେଦନ ହୋଇଛି। କେହି ବ୍ୟବସାୟୀ କିମ୍ବା ବଡ଼ ବଡ଼ିଆ ନୁହେଁ ସାଧାରଣ ଜଣେ ବ୍ୟକ୍ତି, ବୟସ ୬୫...ସେ ପିଟିଛନ୍ତି ହାଇକୋର୍ଟଙ୍କ କବାଟ। ଜଣାଇଛନ୍ତି ନିଜ ‘ଅଫିମ’ ଗୁହାରୀ।

Advertisment



ଏବେ ଟିକିଏ ରାମଚନ୍ଦ୍ରଙ୍କ କାହାଣୀ ଉପରେ ସମ୍ପୂର୍ଣ୍ଣ ନଜର ପକାନ୍ତୁ। ଯୁବାବସ୍ଥାରୁ ଅଫିମ୍ ଅଭ୍ୟାସରେ ପଡ଼ିଯାଇଥିଲେ, ପରିସ୍ଥିତି ଏମିତି ହେଇଛି କି ସେ ଖାଲି ଅଫିମ୍ ପଛରେ ନୁହେଁ, ଅଫିମ୍ ରାମଚନ୍ଦ୍ରଙ୍କୁ ଯେମିତି ନିଜ ଅକ୍ତିଆରକୁ ନେଇଛି। ଦିନରେ ଟିକିଏ ରାତିରେ ଟିକିଏ ଅଫିମ୍ ନଖାଇଲେ ନିଦ ହୁଏନି କି ଭୋକ ଲାଗେନି। ଖାଲି ଏତିକି ନୁହେଁ ଅଫିମ୍ ବାସ୍ନା ନପାଇଲେ ସାରା ଦୁନିଆକୁ କୁଆଡ଼େ ମୁଣ୍ଡରେ ଉଠାଇ ନିଅନ୍ତି ରାମ। ନା କାହାକୁ ଚିହ୍ନି ପାରନ୍ତି ନା କାହା କଥା ମାନନ୍ତି, ଜିନଷ ଭଙ୍ଗାଭଙ୍ଗି ଆଉ ଫିଙ୍ଗା ଫୋପଡ଼ା ତ ସାମାନ୍ୟ କଥା। ନିଶ୍ବାସ ବି କୁଆଡ଼େ ବନ୍ଦ ହେଲା ଭଳି ଲାଗେ। ଜୀବନ ଥାଇ ବି ନଥିଲା ଭଳି ହେଇଯାଏ। ଗଲା ୫ ଦଶନ୍ଧି ଧରି ଅଫିମ୍ ସହ ବଞ୍ଚୁଥିବା ରାମଙ୍କ ବୟସ ଯେମିତି ବଢ଼ିଛି ସେଇ ତୁଳନାରେ ଅଫିମ। ପୂର୍ବରୁ ୧୫ ପରେ ୨୨ ଏବଂ ଏବେ ୪୦ ଗ୍ରାମ୍ ଅଫିମ ଦିନକୁ ଖାଉଛନ୍ତି। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ପରେ ଅବକାରୀ ବିଭାଗ ରାମଙ୍କୁ ସ୍ବତନ୍ତ୍ର କାର୍ଡ ଦେଇଛି, ଆଉ ଅଫିମ୍ ବି ଯୋଗାଉଛି। ହେଲେ ଏବେ ୪୦ ଗ୍ରାମ ନିଅଣ୍ଟ ପଡ଼ୁଛି କିନ୍ତୁ ଅଧିକ ବି ଦେଇପାରୁନି ଅବକାରୀ ବିଭାଗ। ତେଣୁ ବାଧ୍ୟ ହୋଇ ୬୦ ଗ୍ରାମ୍ ଅଫିମ ପାଇଁ ଉଚ୍ଚ ନ୍ୟାୟାଳୟରେ ଗୁହାରି ଜଣାଇଛନ୍ତି। କୋର୍ଟ ବି ଆବେଦନକୁ ଗୁରୁତ୍ବ ସହ ନେବା ସହ ରାମଙ୍କୁ ଅଫିମ୍ ମୁକ୍ତ ପାଇଁ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଛନ୍ତି।  

ଅଫିମ୍ ନେବା ଆଉ ତା ବିନା ବଞ୍ଚି ନପାରିବା ଏକ ଅଭ୍ୟାସ। ଅନ୍ୟ ନିଶା ଦ୍ରବ ଭଳି ୟେ ବି ମଣିଷକୁ ନିଜ ନିୟନ୍ତ୍ରଣରେ ନେଇ ନିଏ। କିନ୍ତୁ ଅନେକ ସମୟରେ ଡାକ୍ତର ବି ରୋଗୀଙ୍କୁ ଅଫିମରୁ କିଛି ଅଂଶ ଦେବାକୁ ପରାମର୍ଶ ଦିଅନ୍ତି। କିଛି ଅଭ୍ୟାସ ପାଇଁ...କିଛି ଚିକିତ୍ସା ପାଇଁ। ଡାକ୍ତରଙ୍କ ପରାମର୍ଶ ପରେ ଅବକାରୀ ଅଧିକ୍ଷକଙ୍କୁ ଏନେଇ ଆବେଦନ ହୁଏ। ଏହାପରେ ନିର୍ଦ୍ଦିଷ୍ଟ ଏକ ପରିମାଣର ଅଫିମ୍ କୁ ସ୍ବତନ୍ତ୍ର ପରିଚୟପତ୍ର ସହ ବ୍ୟକ୍ତିଙ୍କୁ ଦିଆଯାଏ। ଏବେ ୨୩ ଜିଲ୍ଲାରେ ୧୧୨ ଜଣଙ୍କୁ କେଜିଏ ୧୪ ଗ୍ରାମର ହଜାରେ ୧୪ଟି ପୁଡ଼ିଆ ଅଫିମ୍ ଅବକାରୀ ବିଭାଗ ଯୋଗାଉଛି। 

 ରାମଚନ୍ଦ୍ରଙ୍କୁ ଆବଶ୍ୟକ କ’ଣ?...ଅଫିମ୍ ନା ଏଥିରୁ ମୁକ୍ତି। କାରଣ ବର୍ଷ ବର୍ଷ ଧରି ଏମିତି ଅଫିମ୍ ଉପରେ ଭରସା କରି ଶେଷରେ ସେ ଘଡ଼ିଏ ବି ସେ ଅଫିମ୍ ବିନା ରହି ପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ