Advertisment

Telia Bholas: କୋଟିଏ ଟଙ୍କାର ମାଛ ଦେଖିଛନ୍ତି କି ? ଜାଲରେ ପଡିଲା ତେଲିଆ ଭୋଳା ମାଛ

ଜାଲରେ ପଡିଲା କୋଟିଏ ଟଙ୍କାର ମାଛ। ଆଜି ସକାଳେ, ଓଡିଶା ପଶ୍ଚିମ ବଙ୍ଗ ସୀମା ଦୀଘା ମୁହାଣରେ ୯୦ଟି ତେଲିଆ ଭୋଳା ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା, ଯାହାକୁ ପ୍ରାୟ ଏକ କୋଟି ଟଙ୍କାରେ ନିଲାମ କରାଯାଇଥିଲା।

fish

fish Photograph: (OTV)

Advertisment

ଜାଲରେ ପଡିଲା କୋଟିଏ ଟଙ୍କାର ମାଛ। ଆଜି ସକାଳେ, ଓଡିଶା ପଶ୍ଚିମ ବଙ୍ଗ ସୀମା ଦୀଘା ମୁହାଣରେ ୯୦ଟି ତେଲିଆ ଭୋଳା ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା, ଯାହାକୁ ପ୍ରାୟ ଏକ କୋଟି ଟଙ୍କାରେ ନିଲାମ କରାଯାଇଥିଲା।  ଦୀଘା ମୁହାଣରେ ସାଧାରଣତଃ ଏଭଳି ମାଛ ଧରାଯାଇଥାଏ। ଗଭୀର ସମୁଦ୍ରରେ ଏହି ମାଛ ମିଳିଥାଏ। ପ୍ରତ୍ୟେକ ମାଛର ଓଜନ ୩୦ରୁ ୩୫ କିଲୋଗ୍ରାମ ରହିଥାଏ।

Advertisment

ଜୀବନ ରକ୍ଷାକାରୀ ଔଷଧରେ ଲାଗେ ମାଛର ପିତ୍ତ

ମାଛର ପିତ୍ତ ଏବଂ ଅନ୍ୟାନ୍ୟ ଅଂଶ ଜୀବନ ରକ୍ଷାକାରୀ ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ। ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଇଥାଏ। ଦୀଘା ମାଛ ମାର୍କେଟରେ ଏହି ପ୍ରକାରର ମାଛ ଦେଖିବା ପାଇଁ ଲୋକ ଏବଂ ପର୍ଯ୍ୟଟକମାନେ ଭିଡ଼ ଜମାଇଥିଲେ। ମାର୍କେଟକୁ ଆସିବା ପରେ ଏହି ୯୦ଟି ମାଛକୁ କଲିଲତାର ଏକ ଫାର୍ମା କମ୍ପାନୀ ପ୍ରାୟ 1 କୋଟି ଟଙ୍କାରେ କିଣିନେଇଥିବା ସୂଚନା ମିଳିଛି। ... 

ଜାଲରେ ପଡିଲା କୋଟିଏ ଟଙ୍କାର ମାଛ
ଦୀଘା ମୁହାଣରେ ମିଳିଲା ୯୦ଟି ତେଲିଆ ଭୋଳା ମାଛ 
ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ତେଲିଆ ଭୋଳା ମାଛ 
ପ୍ରାୟ ଏକ କୋଟି ଟଙ୍କାରେ ନିଲାମ ହେଲା ମାଛ 
କୋଲକାତାର ଏକ ଫାର୍ମା କମ୍ପାନୀ କିଣିଲା ମାଛ 
ପ୍ରତ୍ୟେକ ମାଛର ଓଜନ ୩୦ରୁ ୩୫ କିଲୋଗ୍ରାମ 
ଜୀବନ ରକ୍ଷାକାରୀ ଔଷଧରେ ଲାଗେ ମାଛର ପିତ୍ତ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ