Advertisment

Skeleton Recovered: ମାଟି ତଳୁ ବାହାରିଲା ରାମୁ , ଦିନେ ଚନ୍ଦକା ଜଙ୍ଗଲରେ କରୁଥିଲା ରାଜ୍

ରାମୁ ହାତୀ ଦିନେ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅବାଧରେ ବୁଲୁଥିଲା। ୨୦୨୪ ଅଗଷ୍ଟ ୧୯ ତାରିଖରେ ହଠାତ ବିଦ୍ୟୁତ୍ ଆଘାତରେ ‘ରାମୁ’ର ମୃତ୍ୟୁ ହୋଇଥିଲା। ପରେ ଭରତପୁର ଜଙ୍ଗଲରେ ମାଟି ତଳେ ପୋତା ହୋଇଥିଲା।

BBSR Ramu Elephant

BBSR Ramu Elephant Photograph: (OTV)

Advertisment

ରାମୁ ହାତୀ ଦିନେ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅବାଧରେ ବୁଲୁଥିଲା। ୨୦୨୪ ଅଗଷ୍ଟ ୧୯ ତାରିଖରେ ହଠାତ ବିଦ୍ୟୁତ୍ ଆଘାତରେ ‘ରାମୁ’ର ମୃତ୍ୟୁ ହୋଇଥିଲା। ପରେ ଭରତପୁର ଜଙ୍ଗଲରେ ମାଟି ତଳେ ପୋତା ହୋଇଥିଲା। ଏବେ ଏହାର କଙ୍କାଳକୁ ଉଦ୍ଧାର କରାଯାଇଛି। ଏହାକୁ ଭୁବନେଶ୍ୱର ଉପକଣ୍ଠ ଗୋଡ଼ିବାରି ପ୍ରକୃତିନିବାସରେ ସଂରକ୍ଷଣ କରାଯିବ।

Advertisment

କଙ୍କାଳକୁ ସୁରକ୍ଷିତ ଭାବେ ଉଦ୍ଧାର ନେଇ କିଣାଯାଇଛି ସ୍ୱତନ୍ତ୍ର ଯନ୍ତ୍ରପାତି। ସ୍ୱାସ୍ଥ୍ୟ ସମସ୍ୟା ନ ଉପୁଜିବା ନେଇ ଉଦ୍ଧାରକାରୀ ଟିମ୍ ପିନ୍ଧିଥିଲେ PPE କିଟ ଆଉ ମାସ୍କ। ହାତୀର ଖଣ୍ଡେ ଖଣ୍ଡେ ହାଡ ମାଟି ତଳୁ ବାହାରିଥିଲା ଆଉ ସୁରକ୍ଷିତ ଭାବେ ବୁହାଯାଇ ରଖାଯାଇଥିଲା।

ରାମୁ ହାତୀର କଙ୍କାଳ ଉଦ୍ଧାର ନେଇ ଶନିବାର ସକାଳୁ ଲାଗିପଡିଥିଲା ଟିମ୍। ପ୍ରାଣୀ ବିଜ୍ଞାନୀ ଡକ୍ଟର ଶିବ ପ୍ରସାଦ ପରିଡାଙ୍କ ନେତୃତ୍ଵରେ ୨୫ ଜଣିଆ ବିଶେଷଜ୍ଞ ଟିମ ଗଠନ ହୋଇଥିଲା। ଚନ୍ଦକାର ରେଞ୍ଜର ଧ୍ୟାନ ଟୁଡୁ,  ଭୁବନେଶ୍ୱର AIIMS  ଫୋରେନ୍ସିକ ମେଡିସିନ ବିଭାଗର ପ୍ରଫେସର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ, ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ସମେତ ଅନ୍ୟ କର୍ମଚାରୀମାନେ ଏହି ଟିମରେ ସାମିଲ ହୋଇଥିଲେ। କଙ୍କାଳ ଖୋଳିବାରେ ଏକ ଜେସିବି ଲାଗିଥିଲା।

Advertisment

ତେବେ ଦୀର୍ଘ ବର୍ଷେରୁ ଅଧିକ ହେବ ରାମୁ ହାତୀର ମୃତ ଦେହ ଭରତପୁର ଅଭୟାରଣ୍ୟରମାଟି ତଳେ ପୋତା ହୋଇଥିଲା। ମୃତ୍ୟୁ ବେଳକୁ ରାମୁକୁ ପାଖାପାଖି ୪୦ ବର୍ଷ ହୋଇଥିଲା। ପ୍ରଥମ ୪ ଘଣ୍ଟାର ଖୋଳାଖୋଳି ପରେ ୧୦ଫୁଟ ତଳୁ ରାମୁର ଖପୁରୀ ଓ ଗୋଡ ସହିତ ଅନେକ ଅଂଶ ବାହାରିଛି। ରାମୁର ଦାନ୍ତ ମଧ୍ୟ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁସାରେ ରାମୁ ପରେ ଭରତପୁର ଜଙ୍ଗଲରେ ବର୍ତ୍ତମାନ ୧୫/୧୬ଟି ହାତୀ ବିଚରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ