raja
ଭୁବନେଶ୍ୱର: ଆଜି ଶେଷ ରଜ l ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ । ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ ଫିକା ପଡଛି ଗଣପର୍ବ l ପୂର୍ବ ପରି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁନି l
ତଥାପି ରଜ ପିଠା, ରଜ ପାନ ତିଆରି କରି ଲୋକେ ପର୍ବ ପାଳନ କରୁଛନ୍ତି l ଗତକାଲି ରଜ ସଂକ୍ରାନ୍ତି ଅବସରରେ ଘରେ ଘରେ ପିଠାପଣା ମହକରେ ଚହଟି ଉଠିଥିଲା ସାରା ରାଜ୍ୟ । କୁଆଁରୀ ଝିଅମାନେ ରଙ୍ଗ, ଅଳତା, ମେହେନ୍ଦୀ ଲଗେଇବା ସହ ରଜକୁ କୋଭିଡ କଟକଣା ଭିତରେ ପାଳନ କରୁଛନ୍ତି l ଦୋଳି ଖେଳ ସାଙ୍ଗକୁ ପୁଚି ଆଉ ଅନ୍ୟ ଖେଳରେ ଝିଅ ବୋହୂ ମାନେ ବ୍ୟସ୍ତ ରହୁଛନ୍ତି । ପୁଅମାନେ ମଧ୍ୟ ତାସ୍ ସାଙ୍ଗକୁ କବାଡି ଖେଳି ମଜା ନେଉଛନ୍ତି।
ମାଟି ଓ ମୌସୁମୀର ମିଳନର ପର୍ବ ରଜ । ରଜ ପର୍ବକୁ ମୁଖ୍ୟତଃ ତିନି ଦିନ ପାଳନ କରାଯାଇଥାଏ । କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା । ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟେଷ୍ଠମାସର ଶେଷଦିନ ଓ ଅଷାଢ ମାସର ପ୍ରଥମ ଦୁଇଦିନକୁ ନେଇ ରଜ ପର୍ବ ଭାବେ ପାଳନ କରାଯାଏ । ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟଦିନକୁ ରଜ ସକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦାନ ଓ ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ ।
ଏହି ସମୟରେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା । ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ଶାସ୍ତ୍ର ଅନୁଯାୟୀ ପୃଥିବୀ ମା ଏହିଦିନ ରଜସ୍ୱଳା ହେଇଥାଏ । ମାଟି ମା ଖରା ସହି ଶୁଷ୍କ ଥିବା ସମୟରେ ଆଷାଢ଼ ମାସର ପହିଲି ବର୍ଷାର କିରଣ ଭୂମିର ଉର୍ବରତା ବଢ଼ାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/raja-1_1623851076.jpg)