Advertisment

ଚର୍ଚ୍ଚାରେ ସ୍ୱାସ୍ଥ୍ୟସେବା : ମିଛ ଡାକ୍ତରଙ୍କ ଜାଲରେ ଗାଁ ମଣିଷ

ସୁନ୍ଦରଗଡ଼ /କଟକ : ଆଣ୍ଠୁଗଣ୍ଠି ରୋଗୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ୍।  ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ,ହେଲେ ନିଜକୁ ଆୟୁର୍ବେଦିକ୍ ଡାକ୍ତରର ପରିଚୟ ଦେଇ ସୁନ୍ଦରଗଡ଼ ଗାଁ ଗହଳିରେ ଏମିତି ଚିକିତ୍ସା କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଜଣେ କରିତ୍‌କର୍ମା ଡାକ୍ତର। ଛତିଶଗଡ଼ରୁ ଆସି ନିପଟ ମଫସଲ ଗାଁରେ ନକଲି ଡାକ୍ତରଙ୍କ ମିଛ ଚିକିତ୍ସା ବେପାରର ପର୍ଦ୍ଦାଫାସ୍ କରିଛି ଓଟିଭି। ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅନ୍ତର୍ଗତ ରାଏଡିହି ଗାଁ । ଯେଉଁଠି ଏଭଳି ଚିକିତ୍ସା ପାଇଁ ଗତ ପ୍ରାୟ […]

ଚର୍ଚ୍ଚାରେ ସ୍ୱାସ୍ଥ୍ୟସେବା : ମିଛ ଡାକ୍ତରଙ୍କ ଜାଲରେ ଗାଁ ମଣିଷ

duplicate doctor

Advertisment

ସୁନ୍ଦରଗଡ଼ /କଟକ : ଆଣ୍ଠୁଗଣ୍ଠି ରୋଗୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ୍।  ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ,ହେଲେ ନିଜକୁ ଆୟୁର୍ବେଦିକ୍ ଡାକ୍ତରର ପରିଚୟ ଦେଇ ସୁନ୍ଦରଗଡ଼ ଗାଁ ଗହଳିରେ ଏମିତି ଚିକିତ୍ସା କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଜଣେ କରିତ୍‌କର୍ମା ଡାକ୍ତର। ଛତିଶଗଡ଼ରୁ ଆସି ନିପଟ ମଫସଲ ଗାଁରେ ନକଲି ଡାକ୍ତରଙ୍କ ମିଛ ଚିକିତ୍ସା ବେପାରର ପର୍ଦ୍ଦାଫାସ୍ କରିଛି ଓଟିଭି।

Advertisment

ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅନ୍ତର୍ଗତ ରାଏଡିହି ଗାଁ । ଯେଉଁଠି ଏଭଳି ଚିକିତ୍ସା ପାଇଁ ଗତ ପ୍ରାୟ ଦୁଇ ମାସ ହେବ ଚର୍ଚ୍ଚାରେ ଛତିଶଗଡ଼ ଖରସିଆରୁ ଆସିଥିବା ପ୍ରକାଶ ରାଠୋର ନାମକ ଡାକ୍ତରବାବୁ ଜଣଙ୍କ ।

publive-imageହେଲେ ଏ ଡାକ୍ତର ବାବୁଙ୍କ ଯୋଗ୍ୟତା କଣ ? କି ଡାକ୍ତର ଇୟେ? ତାଙ୍କ କହିବା ଅନୁଯାୟୀ ସିଏ କୁଆଡ଼େ ରାୟପୁରରୁ ବିଏଏମ୍ଏସ୍ ଅର୍ଥାତ୍ ଆୟୁର୍ବେଦିକ୍ ଚିକିତ୍ସାରେ ସ୍ନାତକ କରିଛନ୍ତି । ଏକଥାରେ ସତ କେତେ ମିଛ କେତେ ତାହା ତ ତଦନ୍ତ ସାପେକ୍ଷ, ହେଲେ ସେ କିନ୍ତୁ ଆଣ୍ଠୁଗଣ୍ଠି ରୋଗୀଙ୍କୁ ଅସ୍ତ୍ରୋପଚାର ପୂର୍ବରୁ ବ୍ୟବହୃତ ନିଶ୍ଚେତକ ଦେବାକୁ ଆଦୌ ପଛଉ ନାହାନ୍ତି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ ଡାକ୍ତର।

Advertisment

ସୁନ୍ଦରଗଡ଼ରେ ରୋଗୀଙ୍କ ଜୀବନ ସହ ନକଲି ଡାକ୍ତରଙ୍କ ଏ ଖେଳର ଇଏ ପ୍ରଥମ ଘଟଣା ନୁହେଁ। ଜାଲ୍ ସାର୍ଟିଫିକେଟ୍ ବଳରେ ଖୋଦ୍ ସ୍ୱାସ୍ଥ୍ୟବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କୁ ସେବା ଯୋଗାଇ ଗତ ନଭେମ୍ବରରେ ଗିରଫ ହୋଇଥିଲା।  ଆଉ ପୁଣି ସାମ୍ନାକୁ ଆସିଛି ଏ ଘଟଣା । ତେବେ ବିଏଏମ୍ଏସ୍ ଡିଗ୍ରୀଧାରୀ ଡାକ୍ତରଙ୍କ ପରିଚୟରେ ପ୍ରକାଶ ରାଠୋରଙ୍କ ଏ ଅଦ୍ଭୁତ ଚିକିତ୍ସା ସଂପର୍କରେ ତଦନ୍ତ ହେବ ବୋଲି ସିଡିଏମ୍ଓ କହିଛନ୍ତି।

ସେପଟେ ଗଣମାଧ୍ୟମ ଠାରୁ ସୂଚନା ପାଇ କିନ୍ଦିରକେଲା ପୁଲିସ୍ ପ୍ରକାଶ ରାଠୋରଙ୍କୁ ଥାନାକୁ ନେଇ ପଚରାଉଚରା ପରେ ଷ୍ଟେସନ୍ ଡାଏରୀ କରି ଛାଡ଼ି ଦେଇଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ