puri
ପୁରୀ: ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର କଡା ପଦକ୍ଷେପ। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି କନଓ୍ୱର ବିଶାଳ ସିଂ। ସମ୍ପୁର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି। କୋଭିଡ କଟକଣା ପାଳନ ପାଇଁ ୬ଟି ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ।
ଯାତ୍ରା ସହ ଜଡିତ ସେବାୟତ ଓ କର୍ମଚାରୀ ହିଁ ସାମିଲ ହେବେ। ଜଣେ ଅତିରିକ୍ତ ଏସପିଙ୍କ ସହ ୬ ଡିଏସପି, ୮ ଇନସପେକ୍ଟର, ୫୦ କନଷ୍ଟେବଲ, ୮ ପ୍ଲାଟୁନ ଫୋର୍ସ, ୮୦ ହୋମଗାର୍ଡ, ୨୮ ଏଏସଆଇ ଓ ଏସଆଇ ସୁରକ୍ଷା ଦାୟିତ୍ୱରେ ରହିବେ। ଏସଓପି ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error369_1620989528.jpg)