sambit ---1
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍। ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ। ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ନୋଟିସ୍ ଜାରି ହୋଇଛି।
ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ନ ନେଇ ଶୋଭାଯାତ୍ରା କରିଥିବାରୁ ନୋଟିସ୍ ଜାରି ହୋଇଛି। ସେପଟେ ସମ୍ବିତ ପାତ୍ର କହିଛନ୍ତି ପୁରୀ ଜିଲ୍ଲାପାଳଙ୍କ ନୋଟିସ୍ ହସ୍ତଗତ ହୋଇନି। ନୋଟିସ୍ ପାଇଲେ ଏହାର ବିସ୍ତୃତ ଉତ୍ତର ରଖିବି ବୋଲି କହିଛନ୍ତି। ତାସହ କହିଛନ୍ତି ସମ୍ବିଧାନ ସର୍ବୋପରି, କୌଣସି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିନି। ମୁଁ ପ୍ରଥମ ଥର ପାଇଁ ଆସିଥିଲି, କୌଣସି ରାଜନୈତିକ ରାଲି କରିନାହିଁ ବୋଲି କହିଛନ୍ତି ସମ୍ବିତ ପାତ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sambit-1-2_1626339556.jpg)