PUCC Photograph: (OTV)
ମାସେ ମହଲତ ମିଳିଥିଲେ ବି ଥମୁନି PUCC ଯନ୍ତ୍ରଣା। ଲକ୍ଷ ଲକ୍ଷ ଗାଡ଼ିକୁ ନଗଣ୍ୟ ଟେଷ୍ଟିଂ ସେଣ୍ଟର। କେମିତି ହେବ ଓ କେବେ ସରିବ ପଲ୍ୟୁସନ୍ ଯାଞ୍ଚ ତାକୁ ନେଇ ଗାଡ଼ି ମାଲିକଙ୍କ ଭିତରେ ଅସନ୍ତୋଷ ବଢୁଥିବା ବେଳେ ଫାଇନ୍ ଭରିବା କଷ୍ଟ ଆହୁରି କଲବଲ କରୁଛି। ଅନ୍ୟପଟେ ରାଜ୍ୟରେ ଅନାଦେୟ ୭୭ ଲକ୍ଷ ଇ-ଚାଲାଣରୁ ମାତ୍ର ୫ ଲକ୍ଷ ଆଦାୟ ହୋଇଛି। ବାକି କେମିତି ଆଦାୟ ହେବ ତାକୁ ନେଇ ବି ପ୍ରଶ୍ନ ଉଠିଲାଣି। ସେପଟେ ଆସନ୍ତା ୩ଦିନରେ PUCC ନଥିଲେ ପେଟ୍ରୋଲ ଦିଆଯିବନି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନ ଚେତାବନୀ ଦେଇଛି ଯୁବ କଂଗ୍ରେସ। ...
ଚାଲାଣ କଷ୍ଟ, PUCC ଟେନସନ୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଧାଁ ଦୌଡ଼ । ସକାଳୁ ରାତି ଯାଏଁ ସେଣ୍ଟର ଆଗରେ ଅସମ୍ଭାଳ ଭିଡ଼ ।
ଫାଇନ୍ ଭରିବାକୁ ବି ଲମ୍ବା ଲାଇନ୍ । ଗାଡ଼ିର ଫାଇନ୍ କ୍ଲିୟର ଓ ପଲ୍ୟୁସନ୍ ସାର୍ଟିଫିକେଟ ପାଇବାକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକଙ୍କ ଯନ୍ତ୍ରଣାର ମାଳମାଳ ଚିତ୍ର ସାମନାକୁ ଆସୁଛି। କେଉଁଠି PUCC ଗାଡ଼ି ଆସିବାର ଢେର ଆଗରୁ ଲୋକ ନମ୍ବର ଦେଉଛନ୍ତି ତ କେଉଁଠି ପଲ୍ୟୁସନ୍ କରାଇବାକୁ ଅପେକ୍ଷା କରୁଛନ୍ତି ଘଣ୍ଟା ଘଣ୍ଟା। ଗୋଟିଏ ପଲ୍ୟୁସନ୍ ଟେଷ୍ଟିଂ ଗାଡ଼ି ଆଗରେ ହାଇଜାଉ ଲୋକ।
ବ୍ରହ୍ମପୁର ସହରରେ ଗୋଟିଏ ସେଣ୍ଟର ଆଗରେ ଲମ୍ବା ଲାଇନରେ ବାଇକ୍, କାର, ଅଟୋ। ବାକି ସବୁ କାମ ଧନ୍ଦା ଛାଡ଼ି ସାର୍ଟିଫିକେଟ ପାଇଁ ନାକେଦମ ଜନତା। ଖଲ୍ଲିକୋଟରେ ଜଣେ କାର୍ ଚାଳକଙ୍କର PUCC ନଥିବାରୁ ଟୋଲ ଗେଟରେ ୩ ଥର ଚାଲାଣ କଟିଥିବାରୁ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି।
ନାକେଦମ୍ କରୁଛି ହାତ ଗଣତି ପଲ୍ୟୁସନ୍ ସେଣ୍ଟର
ରାଜ୍ୟରେ ଯେତିକି ଗାଡ଼ି ରହିଛି ସେହି ଅନୁସାରେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ନାହିଁ। ମାତ୍ର ୬୦୦ ପଞ୍ଜିକୃତ ଯାଞ୍ଚ ସେଣ୍ଟର ଭରସାରେ ଲକ୍ଷ ଲକ୍ଷ ଗାଡ଼ି। ଓଡ଼ିଶାର ରାସ୍ତାରେ ପ୍ରାୟ କୋଟିଏ ଗାଡ଼ି ଗଡ଼ୁଥିବା ବେଳେ ଅଧିକାଂଶ ଦୁଇ ଚକିଆ। ଏଥିରୁ ଅଧିକାଂଶ ଗାଡ଼ିର ପଲ୍ୟୁସନ୍ ଅବଧି ସରିଛି। କାହାର ଫାଇନ୍ ଅଛି ତ କାହାକୁ କଲବଲ କରୁଛି ଓଟିପି ଟେନସନ୍। ସକାଳୁ ସଞ୍ଜ ଯାଏଁ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରେ ଭିଡ଼ ସରୁନି। ଅଧିକ ସେଣ୍ଟର ଖୋଲିବାକୁ ଲୋକ ଦାବି କରିଛନ୍ତି। ...
ଗୋଟିଏ ପଟେ PUCC ଟେନସନ୍, ଅନ୍ୟପଟେ ଜରିମନା ଯନ୍ତ୍ରଣା। ଅନାଦେୟ ହୋଇ ପଡ଼ିଛି ୭୭ ଲକ୍ଷ ଇ-ଚାଲାଣ। ପାଖାପାଖି ୧୩ ଶହ କୋଟି ଟଙ୍କା ଫାଇନ୍ ରହିଛି। ଏଥିରୁ ଆଦାୟ ହୋଇଛି ମାତ୍ର ୫ ଲକ୍ଷ ଚାଲାଣ। ବକେୟା ଫାଇନ୍ ଭରିବାକୁ ଆରଟିଓରେ ଭିଡ଼ ଜମାଇଉଛନ୍ତି ଲୋକ। ଅନଲାଇରେ ଚାଲାଣ ଦେଇ ହେଉଥିଲେ ବି ଅଫଲାଇନରେ କ୍ଲିୟର କରିବାକୁ ଭିଡ଼ ବଢୁଛି। ଅନ୍ୟପଟେ PUCC ନଥିଲେ ପେଟ୍ରୋଲ ବନ୍ଦ ନିଷ୍ପତ୍ତି ୩ ଦିନରେ ପ୍ରତ୍ୟାହାର କରିବାକୁ ଦାବି କରିଛି ଯୁବ କଂଗ୍ରେସ। ନହେଲେ ରାଜରାସ୍ତାରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ...
ଆସନ୍ତା ଫେବ୍ରୁଆରୀରରୁ କଡ଼ାକଡ଼ି ହେବ PUCC ଓ ଗାଡ଼ି ଧରପଗଡ଼। ତାପୂର୍ବରୁ ବକେୟା ଫାଇନ୍ ଓ ଓଟିପି ଦହଗଞ୍ଜ ସମସ୍ୟା ସହ ଡକ୍ୟୁମେଣ୍ଟ କାମ ସାରି ଦେବାକୁ ମହଲତ ଦେଇଛନ୍ତି ସରକାର। କିନ୍ତୁ ହାତଗଣତି PUCC ସେଣ୍ଟରରେ ଲକ୍ଷ ଲକ୍ଷ ଗାଡ଼ିର ଯାଞ୍ଚ ଓ ସାର୍ଟିଫିକେଟ ଦେବାକୁ ନେଇ ପ୍ରଶ୍ନବାଚୀ ଉଠିଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/30/pucc-2025-12-30-20-00-40.jpg)