Advertisment

Lawlessness on Wheels: ବିଶୃଙ୍ଖଳକାରୀ ଯୁବକମାନେ କିଏ ? ବସ ଭିତରେ ଯାତ୍ରୀ ଥିବାବେଳେ କରିଥିଲେ ଉତ୍ପାତ

ବାଇକ୍ ଆରୋହୀ ରଙ୍ଗ ରୁଟରେ ଆସି ଭାରସାମ୍ୟ ହରାଇ ବସ୍ ସହିତ ମାଡ଼ ହୋଇଥିଲେ। ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ଜଣାପଡୁଛି। ତଥାପି ୩ଟି ବସକୁ ଭଙ୍ଗାରୁଜା କରାଗଲା। ସେତେବେଳେ ବସ ଭିତରେ ସାଧାରଣ ଯାତ୍ରୀ ଥିଲେ।

Ama Bus

Ama Bus Photograph: (OTV)

Advertisment

ଆମ ବସ୍ ଉପରେ କାହା ରାଗ। ଗତକାଲି ଭୁବନେଶ୍ବରରେ ହୋଇଥିବା ଦୁର୍ଘଟଣା ପରେ ଏମିତି ପ୍ରଶ୍ନ ଉଠିଛି। ବାଇକ୍ ଆରୋହୀ ରଙ୍ଗ ରୁଟରେ ଆସି ଭାରସାମ୍ୟ ହରାଇ ବସ୍ ସହିତ ମାଡ଼ ହୋଇଥିଲେ। ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ଜଣାପଡୁଛି। ତଥାପି ୩ଟି ବସକୁ ଭଙ୍ଗାରୁଜା କରାଗଲା। ସେତେବେଳେ ବସ ଭିତରେ ସାଧାରଣ ଯାତ୍ରୀ ଥିବା ବେଳେ ଉତ୍ପାତ କରିଥିଲେ କିଛି ଯୁବକ।

Advertisment

ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ବସ୍ ଉପରକୁ ଢେଲା ପଥର ମାଡ଼ କରିଥିଲେ। ବାଇକ୍ ଆରୋହୀଙ୍କୁ ଆମ୍ ବସ୍ ଧକ୍କା ଦେଇ ନଥିବା ବେଳେ ସେମାନେ କାହିଁକି ଏଭଳି ଆତଙ୍କ ଖେଳାଇଥିଲେ ? ସେମାନେ କିଏ ? ଦୁର୍ଘଟଣା ଆଳରେ ଆମ ବସକୁ ଜାଣିଶୁଣି କରାଯାଉଛି କି ଟାର୍ଗେଟ। ଯେଉଁ କାରଣରୁ ଦୁର୍ଘଟଣା ହେଲେ ବି ଆମ୍ ବସ ଡ୍ରାଇଭରଙ୍କୁ ଦାୟୀ କରି ଭଙ୍ଗାରୁଜା ଓ ହିଂସାକାଣ୍ଡ ଘଟାଉଛନ୍ତି।

କ୍ରୁଟର ନିବେଦନ

ବିଶୃଙ୍ଖଳାକାରୀଙ୍କର ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମ୍ ବସ୍ ଡ୍ରଇଭର। ଗତକାଲିର ଘଟଣାରେ କ୍ୟାପିଟାଲ ଥାନାରେ ଏତଲା ଦାୟର ହୋଇଛି। ସେହିପରି ଅସୁବିଧାମୁକ୍ତ ସେବା ପାଇଁ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବାକୁ ଟ୍ୱିନସିଟିର ଦାୟିତ୍ୱବାନ ନାଗରିକଙ୍କୁ ନିବେଦନ କରିଛି କ୍ରୁଟ୍। ... 

Advertisment

ଗତକାଲି ସମୟ ଅପରାହ୍ନ ପ୍ରାୟ ୨ଟା। ‘ଆମ ବସ୍’ ମାଷ୍ଟରକ୍ୟାଣ୍ଟିନ ନିକଟରେ ଏମିତି ଚାପି ଦେଇଥିଲା ବାଇକକୁ। ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଅଭିମୁଖେ ଯାଉଥିଲା ‘ଆମ ବସ୍’। ୟୁକୋ ବ୍ୟାଙ୍କ ନିକଟରେ ଡାହାଣକୁ ୟୁ ଟର୍ଣ୍ଣ ନେଉଥିଲେ ବାଇକ ଚାଳକ। ଠିକ୍ ସେତିକିବେଳେ ସଂପୃକ୍ତ ବାଇକ ଆସି ପିଟିହେଲା ଆମ ବସ୍ ରେ। ଛିଟିକି ପଡ଼ିଥିଲେ ବାଇକ୍ ଆରୋହୀ, ସୌଭାଗ୍ୟକୁ ବଞ୍ଚିଗଲା ଜୀବନ। କିନ୍ତୁ ପୋଲିସ ଆସି ଦୁର୍ଘଟଣା ଭିଆଇଥିବା ଆମ ବସକୁ ଘଟଣାସ୍ଥଳରୁ ଛାଡ଼ିଦେବା ପରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ କିଛି ବ୍ୟକ୍ତି। 

ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ଭଙ୍ଗାରୁଜା

ସେହି ରାସ୍ତାଦେଇ ଯାଉଥିବା ‘ଆମ ବସ’ ଗୁଡ଼ିକୁ କରିଥିଲେ ଟାର୍ଗେଟ୍। ଯିଏ ଯେମିତି ପାରିଲେ ଭାଙ୍ଗି ଚାଲିଲେ ୩ଟି ‘ଆମ ବସ୍’କୁ। 

Advertisment

ଖବର ପାଇ ଦଳବଳ ଧରି ପହଞ୍ଚିଥିଲେ ଭୁବନେଶ୍ବର ଡିସିପି। ସ୍ଥିତି ନିୟନ୍ତ୍ରଣ ପାଇଁ ମୃଦୁ ଲାଠିଚାଳନା ଯାଏଁ କଥା ଯାଇଥିଲା। ଆଉ ଅଧଘଣ୍ଟାର ଛକାପଞ୍ଝା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଡିସିପି ଜଗମୋହନ ମୀନା କହିଥିଲେ, ଦୁର୍ଘଟଣା ବାହାନାରେ ଅସାମାଜିକ କାର୍ଯ୍ୟ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ। 

CRUT ama bus accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ