Advertisment

Property Dispute on Dead Body: ସମ୍ପତ୍ତି ପାଇଁ ହଜିଗଲା ମାନବିକତା; ବାଜିରେ ଲାଗିଛି ଶବ

ସମ୍ପତ୍ତି ପାଇଁ ହଜିଗଲା ମାନବିକତା। ସୋମବାର ଦିନ ୧୨ ଟାରୁ ପଡ଼ିରହିଛି ଅସହାୟ ବୃଦ୍ଧଙ୍କ ମୃତ ଦେହ। ସମ୍ପତ୍ତି ଭିଡାଭିଡ଼ି ପାଇଁ ଦେଖାଶୁଣା କରୁଥିବା ସମ୍ପର୍କୀୟଙ୍କ ଘରେ ଦୁଇଦିନ ହେଲାଣି ପଡ଼ିରହିଛି ଶବ।

Property Dispute on Dead Body

ସମ୍ପତ୍ତି ପାଇଁ ହଜିଗଲା ମାନବିକତା Photograph: (OTV)

Advertisment

ସମ୍ପତ୍ତି ପାଇଁ ହଜିଗଲା ମାନବିକତା। ସୋମବାର ଦିନ ୧୨ ଟାରୁ ପଡ଼ିରହିଛି ଅସହାୟ ବୃଦ୍ଧଙ୍କ ମୃତ ଦେହ। ସମ୍ପତ୍ତି ଭିଡାଭିଡ଼ି ପାଇଁ ଦେଖାଶୁଣା କରୁଥିବା ସମ୍ପର୍କୀୟଙ୍କ ଘରେ ଦୁଇଦିନ ହେଲାଣି ପଡ଼ିରହିଛି ଶବ। 

Advertisment

ସମସ୍ତେ ଥାଇ ବି ୨୪ ଘଣ୍ଟାରୁ ଊର୍ଦ୍ଦ୍ୱ ହେବ ପଡ଼ିରହିଛି ମୃତ ଦେହ। ସୋମବାର ରାତିରୁ ବାଲୁଗାଁ ଥାନା ମେନରୋଡ୍‌ସ୍ଥିତ ସମ୍ପର୍କୀୟ ପିଉସୀ ପୁଅ ନାରାୟଣ ସାହୁଙ୍କ ଘରେ ପଡିରହିଛି ଫୁଲ ସାହୁଙ୍କ ମୃତ ଦେହ। ଭାଇ, ପୁତୁରା, ସମ୍ପର୍କୀୟ ଥାଇ ବି ସମ୍ପତ୍ତି ପାଇଁ କେହି କାନ୍ଧ ଦେଉନାହାନ୍ତି। ଏଠି ଯେମିତି ହଜିଯାଇଛି ସବୁ ମାନବିକତା। 

ସୂଚନା ମୁତାବକ ଫୁଲ ସାହୁ ବାଲୁଗାଁ ବଜାରରେ ବୁଲି ବୁଲି ଭିଭିନ୍ନ ହୋଟେଲରେ କାମ କରୁଥିଲେ। ହେଲେ ଦୀର୍ଘ ବର୍ଷ ଧରି ନିଜ ଘରକୁ ପିଉସୀ ପୁଅ ଭାଇ ଭଡାରେ ଲଗାଇବା ପରେ ଅସହାୟ ଅବସ୍ଥାରେ ବୁଲୁଥିଲେ ଫୁଲ। ଏମିତିକି ଭାଇ କି ପୁତୁରା କେହି ପଚାରୁ ନଥିଲେ ତାଙ୍କୁ। ଭଡା ପଇସାରେ ଫୁଲଙ୍କୁ ଦେଖାଶୁଣା କରୁଥିବା ସମ୍ପର୍କୀୟ ନାରାୟଣ ତାଙ୍କୁ ନିଜ ଭଡା ଘରେ ଅସୁସ୍ଥ ଅବସ୍ଥାରେ ରଖିଦେଲେ। ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। 

Advertisment

ଦୀର୍ଘ ବର୍ଷ ଧରି ଭାଇ କି ପୁତୁରା କେହି ପଚାରୁ ନଥିଲେ ହେଲେ ଆଜି ବିବାଦ ଉଠିଛି ସମ୍ପତ୍ତି ପାଇଁ। ଫୁଲଙ୍କ ଘରୁ ଭଡାଟିଆଙ୍କୁ ବାହାର କରି ଆମକୁ ସେ ଘର ଦେଲେ ଆମେ ଶବ ସତ୍କାର କରିବୁ ବୋଲି ସଫା ସଫା ଶୁଣେଇଦେଇଛନ୍ତି ପୁତୁରା ଉମାକାନ୍ତ। ଦୀର୍ଘ ବର୍ଷ ଧରି ଦାଦାଙ୍କ ଘରକୁ ସମ୍ପର୍କୀୟ ନାରାୟଣ ସାହୁ ଜୋର ଜବରଦସ୍ତ ରଖି ଭଡା ନେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଉମାକାନ୍ତ। ସେ ଘର ତାଙ୍କ କବଜାରେ ଅଛି, ଲିଖିତ ଭାବରେ ଦଖଲ ଛାଡିଲେ ଆମେ ଶବ ସତ୍କାର କରିବୁ ବୋଲି ସେ କହିଛନ୍ତି।

ଅନ୍ୟ ପଟେ ସମ୍ପର୍କୀୟ ନାରାୟଣ ମଧ୍ୟ ଶବ ସତ୍କାର କରିବାକୁ ଅମଙ୍ଗ। ସେ କହିଛି ସମ୍ପତ୍ତିରେ ମୋର କୌଣସି ଅଧିକାର ନାହିଁ, କି ସେଥିରୁ ନେବାର ନାହିଁ। ମୋ ନାମରେ ତ ନାହିଁ ଲେଖିକି କ’ଣ ଦେବି ବୋଲି କହିଛନ୍ତି ନାରାୟଣ। ଅନ୍ୟପଟେ ବାଲୁଗାଁ ପୋଲିସର ହସ୍ତକ୍ଷେପ ପରେ ଉଭୟଙ୍କୁ ଡାକି ବୁଝାବୁଝି କରିବାପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପୁତୁରାକୁ ଶବ ସତ୍କାର କରିବା ପାଇଁ ହସ୍ତାନ୍ତର କରାଯାଇଛି। 

Advertisment
Balugaon Property Dispute Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ