Advertisment

Primary Teachers Rally: ମହାତ୍ମା ଗାନ୍ଧି ମାର୍ଗରେ ଶିକ୍ଷକଙ୍କ ଗର୍ଜନ , ୨ ଦଫା ଦାବିରେ ଧାରଣା ଓ ବିକ୍ଷୋଭ

ବିଧାନସଭା ଆଗରେ ପୁଣି ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି।

protest

protest Photograph: (OTV)

Advertisment

ବିଧାନସଭା ଆଗରେ ପୁଣି ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି। ୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ଼୍ କରି ମୂଳ ବେତନ ୩୫ ହାଜର ୪ ଶହ ଟଙ୍କା ପ୍ରଦାନ। ଏବଂ ଦ୍ୱିତୀୟ ଦାବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହ ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ କରିବା। ରାଜ୍ୟରେ କାର୍ଯ୍ୟରତ ୧ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି। 

Advertisment

ରାଜଧାନୀରେ ଶିକ୍ଷକଙ୍କ ରଣହୁଙ୍କାର 
ମହାତ୍ମା ଗାନ୍ଧି ମାର୍ଗରେ ଶିକ୍ଷକଙ୍କ ଗର୍ଜନ
ଆନ୍ଦୋଳନରେ ହଜାର ହଜାର ପ୍ରାଥମିକ ଶିକ୍ଷକ
୨ ଦଫା ଦାବିରେ ଧାରଣା ଓ ବିକ୍ଷୋଭ
ମୂଳ ପଦବୀକୁ ଅପଗ୍ରେଡ୍ କରିବାକୁ ଦାବି
ମୂଳ ବେତନ ୩୫, ୪୦୦ ଟଙ୍କା କରିବାକୁ ଦାବି
ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ ଦାବି
ମୂଳ ଚାକିରିରେ ଗଣନା ସହ ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ ଦାବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ