Advertisment

President’s Visit to Odisha: ଆସୁଛନ୍ତି ରାଷ୍ଟ୍ରପତି, ଜଗିବେ ୧୦୦ ପ୍ଲାଟୁନରୁ ଅଧିକ ଫୋର୍ସ

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତିନି ଜିଲ୍ଲାରେ ମୁତୟନ ହେବେ ୧୦୦ ପ୍ଲାଟୁନରୁ ଅଧିକ ଫୋର୍ସ।  ବାଲେଶ୍ୱରରେ ୩୦ ପ୍ଲାଟୁନ ଫୋର୍ସ ଓ ମୟୁରଭଞ୍ଜରେ ମୁତୟନ ହେବେ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ।

PRESIDENT SICURITY

PRESIDENT SICURITY Photograph: (OTV)

Advertisment

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତିନି ଜିଲ୍ଲାରେ ମୁତୟନ ହେବେ ୧୦୦ ପ୍ଲାଟୁନରୁ ଅଧିକ ଫୋର୍ସ।  ବାଲେଶ୍ୱରରେ ୩୦ ପ୍ଲାଟୁନ ଫୋର୍ସ ଓ ମୟୁରଭଞ୍ଜରେ ମୁତୟନ ହେବେ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ। ଦାୟିତ୍ବରେ ଅଛନ୍ତି ୬ଜଣ ଏସପି ରାଙ୍କର ଅଫିସର।

Advertisment

ଆସନ୍ତାକାଲି ବାଲେଶ୍ୱର ଏବଂ ୪,୫,୬ ତାରିଖରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି।  ପ୍ରଥମ ପର୍ଯ୍ୟାୟରେ ଏଫଏମ ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ରମ ସାରି ମୟୁରଭଞ୍ଜ ଗସ୍ତ କରିବେ। ଦୁଇଟି ଜିଲ୍ଲାରେ ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ସୁରକ୍ଷା ନିୟମ ଅନୁଯାୟୀ ଦୁଇ ଜିଲ୍ଲାର ଏସପି ତଦାରଖ କରୁଛନ୍ତି।  ଏହାକୁ ନେଇ ବିଭାଗୀୟ କତ୍ତୃପକ୍ଷଙ୍କ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇଛି ।

ଏଫଏମ  ବିଶ୍ୱବିଦ୍ୟାଳୟରେ ୩୦ ପ୍ଲାଟୁନ ଫୋର୍ସ, ୩ ଜଣ ଏସପି ରାଙ୍କ୍ ଅଫିସର, ୬ ଜଣ ଅତିରିକ୍ତ ଏସପି, ୧୦ରୁ ଡ଼ିଏସପି ମୁତୟନ ହୋଇଛନ୍ତି। ସେହିପରି ମୟୁରଭଞ୍ଜରେ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ରହିଛି । ଏଣୁ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୟୁରଭଞ୍ଜରେ ୪ରୁ ଅଧିକ ଏସପି ରାଙ୍କ୍ ଅଫିସର ସହିତ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ।  

Advertisment

ସେହିପରି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ପୁରୀରେ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ କାର୍କେଡ କିଭଳି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ଏବଂ ରାସ୍ତାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ଆଲୋଚନା ହୋଇଥିଲା।

ରାଷ୍ଟ୍ରପତିଙ୍କ ଯାତାୟତ ସମୟରେ ରୁଟ୍ ଗୁଡିକରେ କରାଯିବ ‘ନୋ ଭେଇକିଲ ଜୋନ୍’। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଜଣେ ଏଡିଜି ରାଙ୍କର ଅଫିସର ସହିତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୬ ଜଣ କମାଣ୍ଡାଣ୍ଟ ମୁତୟନ ରହିବେ। ବ୍ଲୁ ବୁକ୍ ଅନୁସାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। 

Advertisment
Odisha Puri Mayurbhanj Balasore President Security Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ