Advertisment

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ସଞ୍ଜୁ ପଣ୍ଡା

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ। କୁମାରୀ ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଯୋଗୁ କୁମାରୀ ଜଷ୍ଟିସ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର […]

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ସଞ୍ଜୁ ପଣ୍ଡା

ju

Advertisment

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ। କୁମାରୀ ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଯୋଗୁ କୁମାରୀ ଜଷ୍ଟିସ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି।

Advertisment

publive-imageକେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ସେ ଜାନୁୟାରୀ ୫ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ। ସେ ଏବେ ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଅଟନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ଦ୍ୱିତୀୟ ମହିଳା ବିଚାରପତି ଭାବେ କୁମାରୀ ଜଷ୍ଟିସ ପଣ୍ଡା ୨୦୦୭ ମାର୍ଚ୍ଚ ୧୭ତାରିଖରେ ନିଯୁକ୍ତି ପାଇଥିଲେ। ସେ ତାଙ୍କ ପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘବର୍ଷ ଧରି ଓକିଲାତି କରିବା ପରେ ତାଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ସେ ୧୯୮୫ ମସିହାରେ ଓଡ଼ିଶା ବାର କାଉନସିଲର ସଦସ୍ୟତା ଗ୍ରହଣ କରିଥିଲେ। କୁମାରୀ ଜଷ୍ଟିସ ପଣ୍ଡା ୧୯୫୯ ଜୁଲାଇ ମାସରେ ପାରଳାଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ