ଆସନ୍ତା ଫେବୃୟାରୀ ୨ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Photograph: (OTV)
ଆସନ୍ତା ଫେବୃୟାରୀ ୨ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ତାରିଖରୁ ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଏହି ଅବସରରେ ଫ୍ରେବୃଆରୀ ୩ ତାରିଖରେ ଯାଜପୁର ଗସ୍ତରେ ଆସି ମା ବିରଜାଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଓ ଆତିଥ୍ୟ ପ୍ରଦାନ ଲାଗି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।
ମା’ଙ୍କ ମନ୍ଦିରକୁ ସୁସଜ୍ଜିତ କରାଯାଉଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ମହାମହିମ ୩ ତାରିଖ ସାଢେ଼ ୯ଟା ସମୟର ବିମାନ ଯୋଗେ ପ୍ରଶାସନିକ ପଡିଆରେ ଅବତରଣ କରି ନିରାପତ୍ତା ସହ ବାଇରୋଡରେ ବିରଜା ମନ୍ଦିରରେ ପହଞ୍ଚିବେ। ଦିନ ୧୦ଟାରୁ ସାଢେ଼ ୧୧ଟା ଯାଏ ବିରଜା ମନ୍ଦିରରେ ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ନାଭିଗୟାରେ ପିତୃପୁରୁଷ ଙ୍କ ପିଣ୍ଡଦାନ କରିବେ। ପରେ ୧୧.୪୦ ସୁଦ୍ଧା ଯାଜପୁରରୁ ଫେରିଯିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/26/president-droupadi-murmu-to-visit-odisha-2026-01-26-20-12-27.jpg)