Advertisment

Kalinga Guest House: ନିଅଁ ପକାଇଥିଲେ ମୁଣ୍ଡି ମାରିଲେ , ଉଦଘାଟିତ ହେଲା କଳିଙ୍ଗ ଅତିଥି ନିବାସ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ଆଜି ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ନବନିର୍ମିତ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିଛନ୍ତି। ରାଷ୍ଟ୍ରପତିଙ୍କ କର କମଳରେ ରାଜଭବନ ପରିସରରେ ନିର୍ମିତ ଏହି ଅତିଥି ନିବାସର ଉଦଘାଟନ ହୋଇଥିଲା।

President-Inauguration

President-Inauguration Photograph: (OTV)

Advertisment

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ଆଜି ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ନବନିର୍ମିତ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିଛନ୍ତି। ରାଷ୍ଟ୍ରପତିଙ୍କ କର କମଳରେ ରାଜଭବନ ପରିସରରେ ନିର୍ମିତ ଏହି ଅତିଥି ନିବାସର ଉଦଘାଟନ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ଡ. ହରି ବାବୁ କମ୍ବମପାଟି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବାଚସ୍ପତି ସୁରମା ପାଢୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀ ଯୋଗ ଦେଇଥିଲେ।

Advertisment

ତେବେ ସବୁଠାରୁ ବଡ଼ କଥା ହେଉଛି ପୂର୍ବରୁ ଏହି କଳିଙ୍ଗ ଅତିଥି ନିବାସର ଭିତ୍ତିପ୍ରସ୍ତର ନିଜେ ରାଷ୍ଟ୍ରପତି ହିଁ ସ୍ଥାପନ କରିଥିଲେ। ଆଉ ଆଜି ନିଜ ହାତରେ ଏହାର ଉଦଘାଟନ କଲେ। ରାଜ ଭବନରେ ଅବସ୍ଥିତ ଏହି କଳିଙ୍ଗ ଅତିଥି ନିବାସରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ ପାରମ୍ପରିକ ସ୍ଥାପତ୍ୟର ଝଲକ ରହିଛି। ସେହିପରି ଏହାର ବାହ୍ୟ ଏବଂ ଭିତର ପାର୍ଶ୍ଵରେ ଉଭୟ ଶାସ୍ତ୍ରୀୟ ଓଡ଼ିଆ କାରିଗରୀ ଆଧାରିତ ମୋଟିଫ୍, ଭାସ୍କର୍ଯ୍ୟ ଏବଂ ଡିଜାଇନ୍ ପ୍ରଦର୍ଶନ କରାଯାଇଛି। ଅତିଥି ଭବନରେ ଥିବା ପ୍ରତ୍ୟେକ କୋଠରୀକୁ ଓଡ଼ିଶାର ପରିଚୟ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରାଯିବା ଭଳି ଡିଜାଇନ୍ କରାଯାଇଛି।

ଆଜି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ ରାଷ୍ଟ୍ରପତି ମୁର୍ମୁ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭମପାଟି। ଏହାପରେ ସେଠାରୁ ରାଜଭବନ ଯାଇ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିଥିଲେ ରାଷ୍ଟ୍ରପତି। ପରେ ବିଧାନସଭାକୁ ଯାଇ ପ୍ରଥମ ଥର ପାଇଁ ଗୃହକୁ ସମ୍ବୋଧିତ କରିଥିଲେ। ତେବେ ୨୮ତାରିଖ ପୂର୍ବାହ୍ଣ ୯ଟା ୧୫ରେ ରାଷ୍ଟ୍ରପତି ଓଡ଼ିଶାରୁ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ