Advertisment

Limited Access Protocol Sparks Tension: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତିଙ୍କ ଦର୍ଶନ ପୂର୍ବରୁ ବିବାଦ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସେବାୟତ ଓ ପ୍ରଶାସନ ମୁହାଁମୁହିଁ। ସୀମିତ ସେବାୟତ ପ୍ରବେଶ ନିଷ୍ପତ୍ତିକୁ ନେଇ ଅସନ୍ତୋଷ। ଉପଜିଲ୍ଲାପାଳ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ବ୍ୟବସ୍ଥା କଡା ସୁରକ୍ଷା ଓ ପ୍ରୋଟୋକଲ ଅନୁଯାୟୀ କରାଯାଇଛି।

President Droupadi Murmu in Bhubaneswar

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Photograph: (OTV)

Advertisment

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି। ଆଜି ଲୋକଭବନରେ ରାତ୍ରିପାଯନ କରିବେ। ଏହି ଗସ୍ତକାଳରେ ୫ ଜିଲ୍ଲାରେ ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ ରହିଛି। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ ବିତାଇବେ ୬ ଦିନ। 

Advertisment

ମଙ୍ଗଳବାର ଯାଜପୁର ଯିବାର ରହିଛି କାର୍ଯ୍ୟକ୍ରମ। ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ ସହ ମନ୍ଦିରରେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ବିତାଇବେ ରାଷ୍ଟ୍ରପତି। ସେଠୁ ସେ ଯିବେ ବାଲେଶ୍ବର। ଫକୀରମୋକନ ବିଶ୍ବବିଦ୍ୟାଳୟ ୧୨ତମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଭେଟିବେ। ୩ ତାରିଖ ସଂଧ୍ୟାରେ ପୁରୀରେ ପହଞ୍ଚି ରାତ୍ରିଯାପନ କରିବେ। ୪ ତାରିଖରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସାରି ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି। 

ଏହାପ୍ରେ ପୁରୀରୁ ସିଧା ଯିବେ ମୟୁରଭଞ୍ଜ ରାଇରଙ୍ଗପୁର। ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରି ଜନ୍ମମାଟିରେ ଲୋକଙ୍କୁ ଭେଟିବେ ରାଷ୍ଟ୍ରପତି। ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ୫ ତାରିଖ ଦିନ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ ପରେ ଅପରାହ୍ନରେ ସେ ଯଶୀପୁର ଦେଇ ପ୍ରକୃତିର ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ଯିବେ। ସେଠାରେ ରାତ୍ରୀଯାପନ କାର୍ଯ୍ୟକ୍ରମ ରହିଛି। 

Advertisment

୬ ତାରିଖରେ ଶିମିଳିପାଳ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

President Draupadi Murmu President Of India Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ