Advertisment

ଦାରୁ ଫିକ୍ସିଂ ଅଭିଯୋଗ ନିଆଁରେ ପୁଣି ଘିଅ ଢାଳିଲେ ପ୍ରେମାନନ୍ଦ

ପୁରୀ: ପୁଣି ଦାରୁ ଫିକ୍ସିଂ ଅଭିଯୋଗ। ନିଆଁରେ ଘିଅ ଢାଳିଲେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର। ଦାରୁ ଚୟନରେ ଫିକ୍ସିଂ ହୋଇଥିବା ନେଇ ତାଙ୍କ ମନରେ ବି ସନ୍ଦେହ ହେଉଥିବା ସେ କହିଛନ୍ତି। ଗୋଟିଏ ଅଞ୍ଚଳରୁ କେମିତି ତିନି ତିନିଟି ଦାରୁ ମିଳିଲା, ଏ ନେଇ ସେ ଏବେ ବି ଅାଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତା ସହ ଦାରୁ ଚୟନ ବେଳେ ଦଇତାମାନଙ୍କ ବିଶୃଙ୍ଖଳିତ ଅାଚରଣ ସମ୍ପର୍କରେ ବି ଖୁଲାସା କରିଛନ୍ତି ପ୍ରେମାନନ୍ଦ। କହିଛନ୍ତି , […]

ଦାରୁ ଫିକ୍ସିଂ ଅଭିଯୋଗ ନିଆଁରେ ପୁଣି ଘିଅ ଢାଳିଲେ ପ୍ରେମାନନ୍ଦ

prema-up

Advertisment

ପୁରୀ: ପୁଣି ଦାରୁ ଫିକ୍ସିଂ ଅଭିଯୋଗ। ନିଆଁରେ ଘିଅ ଢାଳିଲେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର। ଦାରୁ ଚୟନରେ ଫିକ୍ସିଂ ହୋଇଥିବା ନେଇ ତାଙ୍କ ମନରେ ବି ସନ୍ଦେହ ହେଉଥିବା ସେ କହିଛନ୍ତି। ଗୋଟିଏ ଅଞ୍ଚଳରୁ କେମିତି ତିନି ତିନିଟି ଦାରୁ ମିଳିଲା, ଏ ନେଇ ସେ ଏବେ ବି ଅାଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତା ସହ ଦାରୁ ଚୟନ ବେଳେ ଦଇତାମାନଙ୍କ ବିଶୃଙ୍ଖଳିତ ଅାଚରଣ ସମ୍ପର୍କରେ ବି ଖୁଲାସା କରିଛନ୍ତି ପ୍ରେମାନନ୍ଦ।

Advertisment

କହିଛନ୍ତି , ଦାରୁ ଚୟନ ପାଇଁ ଚାଲି ଚାଲି ଯିବା କିମ୍ବା ଅସୁସ୍ଥ ହେଲେ ଶଗଡ଼ିରେ ଯିବା ପରମ୍ପରା ରହିଛି ; ହେଲେ ଦଇତାପତିମାନେ ଏସି କାରରେ ବସି ଯାଉଥିଲେ। ସେହିଭଳି ସନ୍ଧ୍ୟା ହେଲେ ଫେରି ଅାସିବାର ନିୟମ ଥିଲେ ବି ସେ ନିୟମକୁ ଅମାନ୍ୟ କରି ରାତି ଅଧ ଯାଏଁ ବାଡ଼ଗ୍ରାହୀମାନେ କୁଅାଡ଼େ ଯାଉଥିଲେ ତାହା ମଧ୍ୟ ତାଙ୍କୁ ଏଯାଏଁ ସନ୍ଦେହ ଘେରରେ ରଖିଛି।

ସେହିଭଳି ସାରଳାଙ୍କ ନିକଟରୁ ମିଳିଥିବା ଦାରୁରେ କଣ୍ଟା ଫୁଟିଥିବା ଏବଂ ଗଛ ମୂଳରେ ମଦ ବୋତଲ ଠାବ ହୋଇଥିବା କଥା ମଧ୍ୟ ଚର୍ଚ୍ଚାକୁ ଅାସିଥିଲା। ଏସବୁ ସତ୍ତ୍ୱେ କିଭଳି ଦାରୁ ଚୟନ କରାଗଲା ତାକୁ ନେଇ ମଧ୍ୟ ସେ ସନ୍ଦେହରେ ଥିବା ପ୍ରେମାନନ୍ଦ କହିଛନ୍ତି। ତେଣୁ ଘଟଣାର ତଦନ୍ତ ହେଲେ ହିଁ ସତ ପଦାକୁ ଅାସିବ ବୋଲି ପ୍ରେମାନନ୍ଦ ଓଟିଭିକୁ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ