Advertisment

Pregnant Woman Rescued: ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା, ଗର୍ଭବତୀ ମହିଳାଙ୍କୁ ବୋଟରେ ଆଣିଲା ପ୍ରଶାସନ

ସାମୁଦ୍ରିକ ବାତ୍ୟା ମୋନ୍ଥା ଆସୁଥିବା ବେଳେ ଗଜପତି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ଜଣେ ଗର୍ଭବତୀ ମହିଳାଙ୍କୁ ବୋଟ ସହାୟତାରେ ନଦୀ ପାର କରାଇ ମାଆ ଗୃହକୁ ଆଣିଲା ପ୍ରଶାସନ l

cyclone

cyclone Photograph: (OTV)

Advertisment

ସାମୁଦ୍ରିକ ବାତ୍ୟା ମୋନ୍ଥା ଆସୁଥିବା ବେଳେ ଗଜପତି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ଜଣେ ଗର୍ଭବତୀ ମହିଳାଙ୍କୁ ବୋଟ ସହାୟତାରେ ନଦୀ ପାର କରାଇ ମାଆ ଗୃହକୁ ଆଣିଲା ପ୍ରଶାସନ l ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ପୁରୁଣାପାଣି ପଂଚାୟତର ବାଦପୁର୍ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

Advertisment

ବାଦପୁର ଗାଁର ସୁନୀତା ଦଳାଇଙ୍କୁ ସ୍ଥାନୀୟ ଆଶା କର୍ମୀ ନଦୀ ପାର କରାଇ ମାଆ ଗୃହକୁ ଆଣିବାରେ ସମସ୍ୟା ହୋଇଥିଲା । ଫଳରେ ଆର ଉଦୟଗିରି ବ୍ଲକ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ବୋଟ ସହାୟତାରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ମାଆ ଗୃହରେ ରଖାଯାଇଛି। ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । 

ବାତ୍ୟା 'ମୋନ୍ଥା' ପାଇଁ ଗଜପତି ଜିଲ୍ଲାରେ ପ୍ରଶାସନର ଉଦ୍ଧାର କାର୍ଯ୍ୟ 
ଗର୍ଭବତୀ ମହିଳାଙ୍କୁ ବୋଟରେ ମାଆ ଗୃହକୁ ଆଣିଲା ପ୍ରଶାସନ 
ଗଜପତି ଆର ଉଦୟଗିରି ବ୍ଲକ ପୁରୁଣାପାଣି ପଂଚାୟତର ଘଟଣା 
ଗଜପତିରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ