paper
ପାରାଦୀପ: ପାରାଦୀପରେ କଂଗ୍ରେସକୁ ଝଟକା। କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ସଂପାଦକ ପ୍ରମୋଦ କିଶୋର ଜେନା। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ବାପି ସର୍ଖେଲଙ୍କୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିବା କହିଛନ୍ତି।
ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା କଂଗ୍ରେସର ନେତୃତ୍ୱ ନେଇଥିବା ଚିରଞ୍ଜିବ ବିଶ୍ୱାଳଙ୍କୁ ସମାଲୋଚନା କରିଛନ୍ତି। ଚିରଞ୍ଜିବ ବିଶ୍ୱାଳ ଜଗତସିଂହପୁରରେ ନିଜର ସ୍ଥିତି ବଜାୟ ରଖିବାପାଇଁ, ବିଜେଡି ସହ ସଲାସୁତରା କରି ପ୍ରାର୍ଥୀ ଦେଇଥିବା ସେ ଅଭିଯୋଗ କରିଛନ୍ତି।
ସେପଟେ ଅଭିଯୋଗକୁ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଖଣ୍ଡନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ggghghg_1626341269.jpg)