Advertisment

ଆସିଲା ମୋଟିଭେସ୍‌ନାଲ୍‌ ସ୍ପିକର ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଜିଆରପି ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ତଦନ୍ତ ଆଗକୁ ବଢ଼ାଇଛି। ଅନ୍ୟପକ୍ଷରେ, ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି GRP ତଦନ୍ତ ଆରମ୍ଭ କରିଛି। ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀରେ ଡୋନେସନ୍ ବାବଦରେ ମିଳିଥିବା ଅର୍ଥ ଖର୍ଚ୍ଚର […]

ଆସିଲା ମୋଟିଭେସ୍‌ନାଲ୍‌ ସ୍ପିକର ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ

aditya das death

Advertisment

ଭୁବନେଶ୍ୱର: ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି।

Advertisment

ଭୁବନେଶ୍ୱର ଜିଆରପି ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ତଦନ୍ତ ଆଗକୁ ବଢ଼ାଇଛି। ଅନ୍ୟପକ୍ଷରେ, ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି GRP ତଦନ୍ତ ଆରମ୍ଭ କରିଛି।

ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀରେ ଡୋନେସନ୍ ବାବଦରେ ମିଳିଥିବା ଅର୍ଥ ଖର୍ଚ୍ଚର ଖୋଳତାଡ଼ ଆରମ୍ଭ ହୋଇଛି। ଏହାସହ ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମୋବାଇଲ୍‌କୁ ପୁଲିସ୍‌ ଜବତ କରି କଲ୍ ଡିଟେଲସ୍ ଯାଞ୍ଚ କରୁଛି।

Advertisment

ଅନ୍ୟପକ୍ଷରେ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ଭାଇରାଲ୍ ହୋଇଛି। ଯେଉଁଥିରେ ତାଙ୍କର କିଛି ରୋଚକ ଭରା ଧାଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହ ସୁଇସାଇଡ୍‌ ନୋଟ୍‌ରେ ଲେଖା ହୋଇଛି, ଏ ଦେଶର ଯୁବକ ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କର, ନଚେତ୍‌ ବଞ୍ଚିବା ମୁସ୍କିଲ କରିଦେବେ। ଓଡ଼ିଶାରୁ ମଦ ହଟିଲେ ମୋ ‌ଆତ୍ମାକୁ ଚିର ଶାନ୍ତି ମିଳିବ ବୋଲି ସୁଇସାଇଡ୍‌ ନୋଟ୍‌ରେ ଲେଖା ହୋଇଛି। ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଗୁମର ଖୋଲିବ ଆଦିତ୍ୟଙ୍କ ଡାଏରୀ ! ଲେଖା ହୋଇଥିଲା ଏମିତି କଥା…

୪ ପୃଷ୍ଠାର ଏହି ସୁଇସାଇଡ୍ ନୋଟ୍‌ରେ ଆଦିତ୍ୟ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାନ୍ତି। ତେବେ ଦେଶ ପାଇଁ କିଛି କରିବାର ଇଚ୍ଛା, ଇଚ୍ଛାରେ ହିଁ ରହିଗଲା ଏବଂ ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ଷ୍ଟ୍ରଙ୍ଗ କରି ଗଢ଼ି ତୋଳିବାକୁ ମାନବପ୍ରେମୀ ଆଦିତ୍ୟ ଯୁବବର୍ଗଙ୍କୁ ତାଙ୍କ ସୁଇସାଇଡାଲ ନୋଟରେ ପରାମର୍ଶ ଦେଇଛନ୍ତି। ନିଜ ଡାଏରୀରେ ଲେଖିଥିବା ସୁଇସାଇଡାଲ୍‌ ନୋଟ୍‌ ପତ୍ନୀ ଶ୍ରୀଙ୍କୁ ସେ ବେଶ୍ ଭଲ ପାଆନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ବୃଦ୍ଧାଶ୍ରମ ଆଗକୁ କେମିତି ଚାଲିବ, ନିଜ ବାପା ମାଙ୍କ ଦାୟିତ୍ୱ ନେବା ପାଇଁ ପପୁ ଓ ବିକାଶ ନାମକ ଦୁଇ ଜଣଙ୍କ ଉପରେ ଦାୟିତ୍ୱ ଛାଡ଼ିଥିବା ସୁଇସାଇଡ୍ ନୋଟରୁ ସୂଚନା ମିଳିଛି।

Advertisment

ଆହୁରି ମଧ୍ୟ ପଢ଼ନ୍ତୁ: ଖୋଲିଲା ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟ

Manab Premi Aditya Das Death Manab Premi Aditya Das Death News Motivational Speaker Manab Premi Aditya Das ମୋଟିଭେସ୍‌ନାଲ୍‌ ସ୍ପିକର ମାନବ ପ୍ରେମୀ ଆଦିତ୍ୟ ଦାସ Motivational Speaker Manab Premi Aditya Das Death Mystery Manab Premi Aditya Das Postmortem Report Motivational Speaker Aditya Das Postmortem Report Postmortem Report Of Aditya Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ