Advertisment

Cyclone in October: ଅକ୍ଟୋବରରେ ହେବ କି ବାତ୍ୟା?

ଓଡ଼ିଶା ଛାତିରେ ବାତ୍ୟା ଛନକା ଭରିଛି ସମ୍ଭାବ୍ୟ ଲଘୁଚାପ। ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ହେବ ଲଘୁଚାପ । ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବ।

Cyclone

Cyclone Photograph: (OTV)

Advertisment

ପୁଣି ଅଶୁଭ ହେବ କି ବାତ୍ୟା ମାସ ଅକ୍ଟୋବର ? ଓଡ଼ିଶା ଛାତିରେ ବାତ୍ୟା ଛନକା ଭରିଛି ସମ୍ଭାବ୍ୟ ଲଘୁଚାପ। ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଯାହାକି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବା ସହ ଅବପାତରେ ପରିଣତ ହେବ। 
ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି। ଆମେରିକା GFS ମଡେଲର ସାଇଟେଲାଇଟ୍ ଚିତ୍ର କହୁଛି, ଚଳିତମାସରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହୋଇପାରେ। 
ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,ଏଯାଏଁ ବାତ୍ୟା ନେଇ କୌଣସି ପୂର୍ବାନୁମାନ ହୋଇନି। ବର୍ତ୍ତମାନ ସୁଦ୍ଧା କେବଳ ଲଘୁଚାପ ଓ ଅବପାତ ଆକଳନ କରାଯାଇଛି। ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବା ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ। ସମ୍ଭାବ୍ୟ ଲଘୁଚାପ ଓ ଅବପାତ ପ୍ରଭାବରେ ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରି ଆସିବା ଆବଶ୍ୟକ।

Advertisment

ଅଧିକ ଦେଖନ୍ତୁ:

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ