POLLUTION CHALLAN Photograph: (OTV)
ଏପ୍ରିଲ ପହିଲା ଯାଏଁ କଟିବନି ପ୍ରଦୂଷଣ ଚାଲାଣ। ଟୋଲ୍ ଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ପ୍ରଦୂଷଣ ଚାଲାଣ କଟିବ ନାହିଁ। ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଜରିମାନା ନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ପ୍ରଦୂଷଣ ଜରିମାନା ରାଶିର ତର୍ଜମା ପାଇଁ ବି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର ନ କରିବାକୁ ନିବେଦନ କରାଯାଇଛି। ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବଧି ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର କରାଇ ନେବାକୁ ପରାମର୍ଶ ଦିଆଯାଇଛି। PUCC ନଥିଲେ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଫାଇନ୍ ହ୍ରାସ କରିବା ଦିଗରେ ତର୍ଜମା କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ। ...
ଦୁର୍ଘଟଣା ପରେ...
ପିପିଲିରେ ଜଣେ ସାମ୍ୱାଦିକାଙ୍କ ସହ ଜଣେ ମହିଳାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ରାଜ୍ୟ ବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଅନେକ ଲୋକ ଏହି ପ୍ରଦୂଷଣ ଚାଲାଣ କଟିବାକୁ ଅନ୍ୟତମ କାରଣ ବୋଲି କହିଥିଲେ । ଏହା ପରେ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଏପ୍ରିଲ ପହିଲା ଯାଏଁ ନିସ୍ତାର... ଟୋଲ୍ ଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ କଟିବନି ପ୍ରଦୂଷଣ ଚାଲାଣ... ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଜରିମାନା ନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ... ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର ନ କରିବାକୁ ନିବେଦନ...
ଏହି ଅବଧି ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର କରାଇ ନେବାକୁ ପରାମର୍ଶ । PUCC ନଥିଲେ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଫାଇନ୍ ହ୍ରାସ ଦିଗରେ ତର୍ଜମା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/pollution-challan-2026-01-09-10-04-05.jpg)