Violent Clash Photograph: (OTV)
ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହିଣ୍ଡଳ ଗାଁରେ ଏହି ଘଟଣା ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୪ ରୁ ଅଧିକ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଗତ ସାଧାରଣ ନିର୍ବାଚନ ଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗତକାଲି ଏହା ଉଗ୍ରରୂପ ନେଇଥିଲା । ପରସ୍ପର ଉପରକୁ ଉଭୟ ଗୋଷ୍ଠୀର ଲୋକେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ୪ରୁ ଅଧିକ ଆହତ ହୋଇଛନ୍ତି।
ସମସ୍ତଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆସିକା ଉପଖଣ୍ଡ ଚିକିତ୍ସାଳୟୟରେ ଭର୍ତ୍ତି କରାଯାଇଛି । ଏନେଇ କବିସୂର୍ଯ୍ୟନଗର ଥାନାରେ ମାମଲା ହୋଇଥିବା ବେଳେ ପୋଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି । ତେବେ ପୋଲିସର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
• ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ
• ପୋଲସରା: ହିଣ୍ଡଳ ଗାଁରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ
• ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୪ରୁ ଅଧିକ ଆହତ
• ଆହତମାନେ କବିସୂର୍ଯ୍ୟନଗର ଓ ଆସିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ
• ସାଧାରଣ ନିର୍ବାଚନ ଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/23/violent-clash-2025-11-23-08-54-31.jpg)