patroling
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଧି ମାଂସ ବିକ୍ରି ଅଭିଯୋଗ। ଝାରପଡା ରସୁଲଗଡ଼ କେନାଲ ରାସ୍ତାର ଏକ ବସ୍ତିରେ ଚଢ଼ାଉ କରି ଲକ୍ଷ୍ମୀସାଗର ଥାନା ଓ ବନ ବିଭାଗ ପକ୍ଷରୁ ୫ରୁ ଅଧିକ ଗୋଧି ଉଦ୍ଧାର କରାଯାଇଛି। ଏସବୁ ଗୋଧିର ମାଂସ ବିକ୍ରି ଅଭିଯୋଗରେ ପୋଲିସ ୨ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ଜି. କ୍ରିଷ୍ଣା ରାଓ ଏବଂ ଜି. ରାଘବ। ଗୋଧି ମାଂସ ବାଣ୍ଟୁଥିବାବେଳେ ଲୋକଙ୍କ ଭିଡ ଦେଖି ପହଞ୍ଚିଥିଲା ପାଟ୍ରୋଲିଂ କରୁଥିବା ପୋଲିସ।
ଏହି ସମୟରେ କିଛି ଯୁବକ ଦୌଡ଼ି ଖସି ପଳାଇଥିବାବେଳେ କ୍ରିଷ୍ଣା ଏବଂ ରାଘବଙ୍କୁ ଘଟଣାସ୍ଥଳରୁ ପୋଲିସ ଧରିଥିଲା। ପରେ ବନ କର୍ମଚାରି ଆସି ସମସ୍ତ ଗୋଧିକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛନ୍ତି। ଅଭିଯୁକ୍ତଙ୍କ ଘରର ସଦସ୍ୟଙ୍କ କହିବା କଥା, ପୁରୁଷ ପୁରୁଷ ଧରି ସେମାନେ ଗୋଧି ମାଂସ ଖାଆନ୍ତି। କିନ୍ତୁ ମାଂସ ବିକ୍ରି କଥାକୁ ଅଟକ ବ୍ୟକ୍ତିଙ୍କ ସମ୍ପର୍କୀୟ ଅସ୍ୱୀକାର କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/patroling_1623730390.jpg)