Advertisment

ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା। କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କଲା ମାଲକାନଗିରି ପୋଲିସ। ଜିଲ୍ଲାପାଳଙ୍କ ସହ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। IPCର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାମଲା ହୋଇଛି। ଏଇଠୁ ମିଳିଥିଲା ମୃତଦେହ: ଗତ ୨୮ ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର […]

ଅଦ୍ୟତନ ହୋଇଛି
ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା

court-oredre

Advertisment

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା। କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କଲା ମାଲକାନଗିରି ପୋଲିସ। ଜିଲ୍ଲାପାଳଙ୍କ ସହ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

Advertisment

IPCର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାମଲା ହୋଇଛି।

ଏଇଠୁ ମିଳିଥିଲା ମୃତଦେହ:

୨୮ ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା। କୌଣସି ପାରିବାରିକ କଳହ ନ ଥିବା ବେଳେ ଅଫିସ୍‌ ଚାପ ଯୋଗୁ ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇ ପାରିଥାନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ।

Advertisment

ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପାଚେରିରେ କେହି ଦୁର୍ବୃତ୍ତ ଦେବ ନାରାୟଣଙ୍କ ଆତ୍ମହତ୍ୟାକୁ ନେଇ ଅନେକ ବିବାଦୀୟ କଥା ଲେଖିଥିବା ଦେଖିବାକୁ ମିଳିଥିଲା।

ମୃତ୍ୟୁ ଘଟଣାକୁ ନେଇ ଦେବନାରାୟଣଙ୍କ ପରିବାର କୋର୍ଟକୁ ଯାଇଥିଲେ। ସତୀଗୁଡ଼ା ଜଳଭଣ୍ଡାରରୁ ଦେବନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ