Advertisment

ସ୍କାଏ କିଙ୍ଗ୍ ଟ୍ରାଭେଲ୍ ଏଜେନ୍ସି ଅଫିସରେ ପୋଲିସର ତନାଘନା

ଭୁବନେଶ୍ୱର: ଭୁବନେଶ୍ୱର ସ୍କାଏ କିଙ୍ଗ୍ ଟ୍ରାଭେଲ୍ ଏଜେନ୍ସି ଅଫିସରେ ପୋଲିସର ତନାଘନା। IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ଠକେଇ ମାମଲାକୁ ନେଇ ତଦନ୍ତ କରିଛି ଖାରବେଳନଗର ଥାନା ପୋଲିସ୍। ସ୍କାଏ କିଙ୍ଗ କାର୍ଯ୍ୟାଳୟକୁ ଯାଇ ଛାନଭିନ କରିବା ସହ କିଛି କାଗଜପତ୍ରକୁ ଜବତ କରିଛି। ଅଭିଯୋଗ ଅନୁସାରେ ଆକାଶ ପାଠକ ସ୍କାଏ କିଙ୍ଗ୍ ଟ୍ରାଭେଲ୍‌ରୁ ବିମାନ, ହୋଟେଲ୍ ଭଡ଼ାରେ ନେଇଥିଲେ। ଏବାବଦକୁ ୬୫ ଲକ୍ଷ ଟଙ୍କା ପାଠକ ବାପା, ପୁଅ ଦେଇନଥିବା ଅଭିଯୋଗରେ […]

ସ୍କାଏ କିଙ୍ଗ୍ ଟ୍ରାଭେଲ୍ ଏଜେନ୍ସି ଅଫିସରେ ପୋଲିସର ତନାଘନା

sky-kingg

Advertisment

ଭୁବନେଶ୍ୱର: ଭୁବନେଶ୍ୱର ସ୍କାଏ କିଙ୍ଗ୍ ଟ୍ରାଭେଲ୍ ଏଜେନ୍ସି ଅଫିସରେ ପୋଲିସର ତନାଘନା। IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ଠକେଇ ମାମଲାକୁ ନେଇ ତଦନ୍ତ କରିଛି ଖାରବେଳନଗର ଥାନା ପୋଲିସ୍। ସ୍କାଏ କିଙ୍ଗ କାର୍ଯ୍ୟାଳୟକୁ ଯାଇ ଛାନଭିନ କରିବା ସହ କିଛି କାଗଜପତ୍ରକୁ ଜବତ କରିଛି।

Advertisment

ଅଭିଯୋଗ ଅନୁସାରେ ଆକାଶ ପାଠକ ସ୍କାଏ କିଙ୍ଗ୍ ଟ୍ରାଭେଲ୍‌ରୁ ବିମାନ, ହୋଟେଲ୍ ଭଡ଼ାରେ ନେଇଥିଲେ। ଏବାବଦକୁ ୬୫ ଲକ୍ଷ ଟଙ୍କା ପାଠକ ବାପା, ପୁଅ ଦେଇନଥିବା ଅଭିଯୋଗରେ ଥାନାରେ ମାମଲା ହୋଇଛି। ସେପଟେ ଅଭୟକାନ୍ତ ପାଠକଙ୍କୁ  ୩ ଦିନିଆ ରିମାଣ୍ଡ ପାଇଁ ଭିଜିଲାନ୍ସ କୋର୍ଟରେ ଆବେଦନ କରିବା ପରେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ବ୍ରହ୍ମପୁରରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ସମ୍ପର୍କରେ ଖୋଲତାଡ଼। ଅଭୟକାନ୍ତଙ୍କ ପାଇଁ ଭିଜିଲାନ୍ସ ଓ ଆକାଶଙ୍କ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁରର ଏକାଧିକ ଅଞ୍ଚଳକୁ ଯାଇ ଯାଞ୍ଚ କରିଛି। ବ୍ରହ୍ମପୁରର ବନ ଉନ୍ନୟନ ନିଗମ ଅଫିସ, ଡିଏଫ୍ଓ ଅଫିସରେ କାଗଜପତ୍ର ଯାଞ୍ଚ କରିଛି। ବିଭିନ୍ନ ବ୍ୟାଙ୍କ ଏବଂ ଡାକଘରେ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରିଛି। ୨୦୦୪ରୁ ୨୦୦୭ ମଧ୍ୟରେ ବ୍ରହ୍ମପୁର ଡିଏଫ୍ଓ ଭାବେ କାର୍ଯ୍ୟ କରିଥିଲେ ଅଭୟକାନ୍ତ। ସେହିପରି ପୁଅ ଆକାଶ ପାଠକ ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର କିଛି ଲୋକଙ୍କୁ ଟାଟାରେ ଚାକିରୀ ଦେବା ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛିା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ