Advertisment

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

ଭୁବନେଶ୍ଵର: ଟୁଇନସିଟିରେ ଜୋରଦାର ଚେକିଂ। ଭୁବନେଶ୍ୱର-କଟକରେ କୋଭିଡ ନିୟମ ପାଳନରେ ଢିଲାପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ। ପରେ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ ମାର୍କେଟ୍ କଂପ୍ଲେକ୍ସ, ସପିଂ ମଲର ପ୍ରତିଟି ଦୋକାନକୁ ଯାଇ ଯାଞ୍ଚ କରୁଛନ୍ତି ପୋଲିସ ଟିମ୍। ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀ ପୁରା ଟିମ୍ ସହ ଭୁବନେଶ୍ୱର ଅଶୋକନଗରର ବିଭିନ୍ନ ସୋରୁମକୁ ଯାଇ ଯାଞ୍ଚ କରିଛନ୍ତି। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ରା ମଧ୍ୟ ରାଜଧାନୀର ବ୍ୟସ୍ତବହୁଳ ବାପୁୁଜୀନଗର ଅଞ୍ଚଳରେ ବୁଲି ଅନୁଧ୍ୟାନ କରିଛନ୍ତି। ତେଣେ […]

ଅଦ୍ୟତନ ହୋଇଛି
ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

tracks

Advertisment

ଭୁବନେଶ୍ଵର: ଟୁଇନସିଟିରେ ଜୋରଦାର ଚେକିଂ। ଭୁବନେଶ୍ୱର-କଟକରେ କୋଭିଡ ନିୟମ ପାଳନରେ ଢିଲାପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ। ପରେ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ ମାର୍କେଟ୍ କଂପ୍ଲେକ୍ସ, ସପିଂ ମଲର ପ୍ରତିଟି ଦୋକାନକୁ ଯାଇ ଯାଞ୍ଚ କରୁଛନ୍ତି ପୋଲିସ ଟିମ୍।

Advertisment

ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀ ପୁରା ଟିମ୍ ସହ ଭୁବନେଶ୍ୱର ଅଶୋକନଗରର ବିଭିନ୍ନ ସୋରୁମକୁ ଯାଇ ଯାଞ୍ଚ କରିଛନ୍ତି। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ରା ମଧ୍ୟ ରାଜଧାନୀର ବ୍ୟସ୍ତବହୁଳ ବାପୁୁଜୀନଗର ଅଞ୍ଚଳରେ ବୁଲି ଅନୁଧ୍ୟାନ କରିଛନ୍ତି।

publive-imageତେଣେ କଟକର ବିଭିନ୍ନ ଥାନାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପଇଁତରା ମାରିବା ସହ ଅମାନିଆଙ୍କୁ ତାଗିଦ୍ କରିଛି। ବ୍ୟାଙ୍କରେ ମଧ୍ୟ କୋଭିଡ ନିୟମର ପାଳନ ହେଉଛି କି ନାହିଁ ତାହା ତଦାରଖ କରୁଛି ପୋଲିସ। ଯାଞ୍ଚ ଲାଗି ସହରରେ ୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ମାସ୍କ ପିନ୍ଧୁନଥିବା କି ସାମାଜିକ ଦୂରତ୍ୱ ପାଳନ କରୁନଥିବା ଗ୍ରାହକଙ୍କୁ ତାଗିଦ ସହ ଦୋକାନୀଙ୍କଠାରୁ ମଧ୍ୟ ଫାଇନ୍ ଆଦାୟ କରାଯାଇଛି।

Advertisment

ଅନଲକ ପରେ ଦୁଇ ସହରରେ ଗହଳି ବଢିବାରେ ଲାଗିଛି। ବିଭିନ୍ନ ଦୋକାନ ବଜାର ମଧ୍ୟ ଚଳଚଞ୍ଚଳ ହୋଇପଡିଛି। ଯଦି କୌଣସି ଦୋକାନ ପାଖରେ ଭିଡ଼ ଜମୁଛି ଓ ଦୋକାନୀ ଭିଡ଼ ନିୟନ୍ତ୍ରଣ କରିବାରେ ଅକ୍ଷମ ହେଉଛନ୍ତି ତା ହେଲେ ୧୦୦କୁ ଡାଏଲ କରିପାରିବେ ବୋଲି ପୋଲିସ କମିଶନର ସୁଧାଂଶୁ ଷ଼ଡଙ୍ଗୀ ଆହ୍ବାନ ଦେଇଛନ୍ତି।

ସେଟେ ରାଜଧାନୀରେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୭୫୨ ଜଣଙ୍କୁ ଜରିମାନା କରାଯିବା ସହ ୧୯ଟି ଦୋକାନକୁ ବନ୍ଦ କରାଯାଇଥିବା ନେଇ ଟୁଇଟ୍ କରିଛନ୍ତି ଭୁବନେଶ୍ୱର ଡିସିପି।

Advertisment

ସେହିପରି କଟକରେ ଏକ କସମେଟିକ୍ ଦୋକାନକୁ ସିଲ୍ କରାଯାଇଛି। ଅନ୍ୟପକ୍ଷରେ କୋଭିଡ୍ ଏନଫୋର୍ସମେଣ୍ଟ ନାଁରେ ଫାଇନ୍ ଆଦାୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ୟବସାୟୀ। ତେଣେ ବ୍ୟବସାୟ ଉପରେ ଅଧିକ କଟକଣା ଲଗାଯାଉଥିବା ନେଇ ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: