Advertisment

କଟକ ମହାନଦୀ ଦୁର୍ଘଟଣାରେ ବସ୍ ଡ୍ରାଇଭର ନାଁରେ ମାମଲା ରୁଜୁ

କଟକ : କଟକ ମହାନଦୀ ଦୁର୍ଘଟଣାରେ ବସ୍ ଡ୍ରାଇଭର ନାଁରେ ମାମଲା ରୁଜୁ। ଜଗତପୁର ଥାନାରେ ନିଜ ଅାଡ଼ୁ ମାମଲା ରୁଜୁ କରିଛି ପୁଲିସ। ଦୁର୍ଘଟଣାରେ ଗୁରୁତର ହୋଇ ଏସ୍‌ସିବି ICUରେ ଚିକିତ୍ସିତ ହେଉଛନ୍ତି ବସ୍‌ର ଡ୍ରାଇଭର ଖଗେଶ୍ୱର ମୁଦୁଲି। ସେପଟେ ଏହି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ ହୋଇଛି। କଟକ ଏମ୍‌ଭିଅାଇଙ୍କ ନେତୃତ୍ୱରେ ଏକ ୩ ଜଣିଅା କମିଟି ଗଠନ କରାଯାଇଛି। ଦୁର୍ଘଟଣାର କାରଣ ଖୋଜିବ ଏହି କମିଟି। ଅନ୍ୟପକ୍ଷରେ ବସ୍‌ ଦୁର୍ଘଟଣାରେ […]

କଟକ ମହାନଦୀ ଦୁର୍ଘଟଣାରେ ବସ୍ ଡ୍ରାଇଭର ନାଁରେ ମାମଲା ରୁଜୁ

accident

Advertisment

କଟକ : କଟକ ମହାନଦୀ ଦୁର୍ଘଟଣାରେ ବସ୍ ଡ୍ରାଇଭର ନାଁରେ ମାମଲା ରୁଜୁ। ଜଗତପୁର ଥାନାରେ ନିଜ ଅାଡ଼ୁ ମାମଲା ରୁଜୁ କରିଛି ପୁଲିସ। ଦୁର୍ଘଟଣାରେ ଗୁରୁତର ହୋଇ ଏସ୍‌ସିବି ICUରେ ଚିକିତ୍ସିତ ହେଉଛନ୍ତି ବସ୍‌ର ଡ୍ରାଇଭର ଖଗେଶ୍ୱର ମୁଦୁଲି।

Advertisment

ସେପଟେ ଏହି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ ହୋଇଛି। କଟକ ଏମ୍‌ଭିଅାଇଙ୍କ ନେତୃତ୍ୱରେ ଏକ ୩ ଜଣିଅା କମିଟି ଗଠନ କରାଯାଇଛି। ଦୁର୍ଘଟଣାର କାରଣ ଖୋଜିବ ଏହି କମିଟି। ଅନ୍ୟପକ୍ଷରେ ବସ୍‌ ଦୁର୍ଘଟଣାରେ ଅାହତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୪୨ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନେ ଅାଇସିୟୁରେ ଚିକିତ୍ସିତ ହେଉଛନ୍ତି।

ଗୁରୁତର ହୋଇ ଏସ୍‌ସିବିକୁ ଅାସିଥିବା ଅନ୍ୟ ୮ ଅାହତଙ୍କୁ ସେମାନଙ୍କ ପରିବାର ଲୋକେ ଚିକିତ୍ସା ଲାଗି ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରିଛନ୍ତି। ଅାଜି ଏସ୍‌ସିବିରେ ଅାହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ ରାଜ୍ୟପାଳ ଗଣେଶୀ ଲାଲ୍। ତାଳଚେରରୁ ଭୁବନେଶ୍ୱର ଅଭିମୁଖେ ଅାସୁଥିବା ଘରୋଇ ବସ୍‌ ଗତକାଲି ସନ୍ଧ୍ୟାରେ କଟକ ମହାନଦୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡିଥିଲା। ଏଥିରେ  ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ