Advertisment

Police encounter in Rourkela: ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର, ଆଉ ୫ ଗିରଫ

ସୁନ୍ଦରଗଡ଼ କୁଚେଇତା ଓ ଲାମ୍ଫସୀ ନିକଟରେ ୩ ଅପରାଧୀଙ୍କୁ ଏନକାଉଣ୍ଟର୍। ରାଉରକେଲା ସରକାରୀ ହସପିଟାଲରେ ଗୁରୁତର ୩ ଦୁର୍ଦ୍ଦାନ୍ତ ଅପରାଧୀ ଭର୍ତ୍ତି। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ।

Encounter

Encounter Photograph: (OTV)

Advertisment

୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର। ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ। ଡକାୟତ ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର ପାଇ ଟିମ ଗଠନ କରି ଜାତୀୟ ରାଜପଥରେ ଜଗି ରହିଥିଲେ। 
ଅପରାଧୀମାନେ ବାଇକରେ ଆସୁଥିବା ବେଳେ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଛି। ଚାନ୍ଦିପୋଷ ଥାନାର କୁଚେଇତା ଏବଂ ଲହୁଣୀପଡ଼ା ଥାନାର ଲାମ୍ଫସୀ ନିକଟରେ ୩ ଅପରାଧୀଙ୍କୁ ଏନକାଉଣ୍ଟର୍ ହୋଇଛି। ରାଉରକେଲା ସରକାରୀ ହସପିଟାଲରେ ଗୁରୁତର ୩ ଅପରାଧୀଙ୍କୁ ଭର୍ତ୍ତି କରାଯାଇଛି। 
ଘଟଣାସ୍ଥଳରୁ ୩ଟି ପିସ୍ତଲ, କାର, ଦୁଇଟି ବାଇକ ଜବତ ହୋଇଛି। ଏମାନେ ବାଙ୍କୋ, ବରସୁଆଁ, ଲଙ୍ଗଳକଟା ଅଂଚଳରେ ଆତଙ୍କ ଚଳାଇଥିଲେ । ଗତ ୨୦ ତାରିଖ ରାତିରେ କୋଇଡା ଅଞ୍ଚଳର ଏକ ପରିବହନ କାର୍ଯ୍ୟାଳୟରୁ ହୋଇଥିବା ୩ ଲକ୍ଷ ଟଙ୍କା ଡକାୟତରେ ଏମାନେ ସାମିଲ ଥିଲେ। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୋଲିସ।
•    ସୁନ୍ଦରଗଡ଼ କୁଚେଇତା ଓ ଲାମ୍ଫସୀ ନିକଟରେ ୩ ଅପରାଧୀଙ୍କୁ ଏନକାଉଣ୍ଟର୍
•    କୁଚେଇତା ନିକଟରେ ୨ ଜଣ ଓ ଲାମ୍ଫସୀ ନିକଟରେ ଜଣଙ୍କୁ ଏନକାଉଣ୍ଟର୍
•    ରାଉରକେଲା ସରକାରୀ ହସପିଟାଲରେ ଗୁରୁତର ୩ ଦୁର୍ଦ୍ଦାନ୍ତ ଅପରାଧୀ ଭର୍ତ୍ତି
•    ପୋଲିସର ସ୍ୱତନ୍ତ୍ର ଟିମକୁ ଚକମା ଦେଇ ଫେରାର୍ ବେଳେ ଏନକାଉଣ୍ଟର୍
•    କୋଇଡ଼ା ଓ ବିଭିନ୍ନ ଖଣି ଅଂଚଳ ଡକାୟତି ଘଟଣାରେ ଥିଲା ସଂପୃକ୍ତି
•    ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ, ୩ଟି ପିସ୍ତଲ ଓ ଗୋଟିଏ ବାଇକ୍ ଜବତ

Advertisment
Rourkela Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ