Advertisment

BJD leader Bobby Das: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା, ଯୁବକ ଆଣିଲେ ସାଂଘାତିକ ଅଭିଯୋଗ

ବିଜେଡି ନେତା ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା। ଗାଳିଗୁଲଜ ଓ ମାରପିଟ ଅଭିଯୋଗରେ ମାମଲା ରୁଜୁ। କାହିଁକି ବିଜେପିରେ ବୁଲୁଛୁ କହି ପିଟିଥିବା ଅଭିଯୋଗ।

Bobby Das

Bobby Das Photograph: (OTV)

Advertisment

ବିଜେଡି ନେତା ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା । ନୂଆପଡ଼ା କୋମନା ଥାନା ଅଞ୍ଚଳରେ ଜନୈକ ଯୁବକଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗରେ ମାମଲା ରୁଜୁ କଲା ପୋଲିସ । ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ନାଁରେ ଲାଗିଛି ବିଏନଏସ ସେକ୍ସନ ୧୨୬(୨), ୨୯୬, ୧୧୫(୨), ୩୫୧(୨) ଓ ୩ (୫) ।

Advertisment

କୋମନା ଥାନା ଅଞ୍ଚଳର ଜିତୁ ଅଡବଙ୍ଗ ଉଭୟଙ୍କ ନାଁରେ ଏତଲା ଦେଇଥିଲେ । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି,ତାଙ୍କୁ ମାଡ଼ ମରାଯାଇଥିବା ଏତଲାରେ ଦର୍ଶାଇଥିଲେ ଜିତୁ। ଏହାସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯିବା ସହ କାହିଁକି ବିଜେପିରେ ବୁଲୁଛୁ କହି ପିଟିଥିବା ଅଭିଯୋଗ କରିଥିଲେ।

ଏପରିକି ପୋଲିସ ଉଦ୍ଧାର କରିନଥିଲେ ସେ ଜୀବନ ହରାଇଥାନ୍ତେ ବୋଲି ଅଭିଯୋଗ କରିଥିଲେ। ତେବେ ଏନେଇ ବବି ଦାସ କିମ୍ବା ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

•    ବବି ଦାସଙ୍କ ନାଁରେ ମାମଲା
•    ବିଜେଡି ନେତା ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା
•    ଗାଳିଗୁଲଜ ଓ ମାରପିଟ ଅଭିଯୋଗରେ ମାମଲା ରୁଜୁ
•    ଏତଲା ଦେଇଥିଲେ କୋମନା ଥାନା ଅଞ୍ଚଳର ଜିତୁ ଅଡବଙ୍ଗ
•    ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ
•    ଲାଗିଲା ବିଏନଏସ ସେକ୍ସନ ୧୨୬(୨), ୨୯୬, ୧୧୫(୨), ୩୫୧(୨), ୩ (୫)
•    ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ମାଡ଼ ମାରିଥିବା ଅଭିଯୋଗ
•    ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ
•    କାହିଁକି ବିଜେପିରେ ବୁଲୁଛୁ କହି ପିଟିଥିବା ଅଭିଯୋଗ
•    ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନି

Bobby Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ