Advertisment

ଏବେ ସାରା ଦେଶରେ ବିରୋଧର ବହ୍ନି

ଭୁବନେଶ୍ୱର: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତୀବ୍ର ହୋଇଛି ପ୍ରତିବାଦର ସ୍ୱର। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହାକୁ ନେଇ ଆଜି ସଂସଦରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ ଭୁବନେଶ୍ୱର-କଟକ କମିଶନରେଟ୍‌ ପୁଲିସ ଜାରି କରିଛି ଗାଇଡ୍‌ଲାଇନ୍‌। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍ କରି ପିସିଆର ଭ୍ୟାନ୍‌ ନପହଞ୍ଚିବା ଯାଏଁ ସପିଂ ଏରିଆ ବା ପେଟ୍ରୋଲ ପମ୍ପ ଭଳି ପବ୍ଲିକ […]

ଏବେ ସାରା ଦେଶରେ ବିରୋଧର ବହ୍ନି

pratibad

Advertisment

ଭୁବନେଶ୍ୱର: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତୀବ୍ର ହୋଇଛି ପ୍ରତିବାଦର ସ୍ୱର। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହାକୁ ନେଇ ଆଜି ସଂସଦରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ ଭୁବନେଶ୍ୱର-କଟକ କମିଶନରେଟ୍‌ ପୁଲିସ ଜାରି କରିଛି ଗାଇଡ୍‌ଲାଇନ୍‌। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍ କରି ପିସିଆର ଭ୍ୟାନ୍‌ ନପହଞ୍ଚିବା ଯାଏଁ ସପିଂ ଏରିଆ ବା ପେଟ୍ରୋଲ ପମ୍ପ ଭଳି ପବ୍ଲିକ ପ୍ଲେସ୍‌ ରହିବାକୁ ପରାମର୍ଶ ଦେଇଛି।

Advertisment

publive-imageଗତ ବୁଧବାର ଭେଟେରିନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରାଯାଇଥିଲା। ଏଭଳି ନୃଶଂସ ଘଟଣାକୁ ନେଇ ସାରା ଦେଶରେ ବିରୋଧର ବହ୍ନି ଜଳିଛି। ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ ପକ୍ଷରୁ ଆଜି ଦିଲ୍ଲୀ ଜନ୍ତରମନ୍ତରରେ ଛାତ୍ରଛାତ୍ରୀମାନେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ। ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ସହ କେନ୍ଦ୍ର ସରକାର କଠୋର ଆଇନ ଆଣିବାକୁ ଦାବି କରିଥିଲେ।

ଠିକ୍‌ ସେମିତି ହାଇଦ୍ରାବାଦ୍‌ରେ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ପ୍ରତିବାଦକୁ ତୀବ୍ର କରିଥିଲେ ଏବିଭିପି। ଓଡ଼ିଶାର କଟକ ଓ ଭୁବନେଶ୍ୱରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଷ୍ଟରକ୍ୟାଣ୍ଟିନ ଛକରୁ ରାମନ୍ଦିର ଯାଏଁ ଯୁବଛାତ୍ରମାନେ ବିଶାଳ କ୍ୟାଣ୍ଡେଲ ରାଲି କରିଥିଲେ। ଗତକାଲି ସମାନ ଢଙ୍ଗରେ ରାଜମହଲ ଛକରେ ‘ବହ୍ନିଶିଖା’ ସଂଗଠନ ପକ୍ଷରୁ ହୋଇଥିଲା ପ୍ରତିବାଦ।

Advertisment

ସେପଟେ ହାଇଦ୍ରାବାଦର ଲୋମଟାଙ୍କୁରା ଘଟଣାକୁ ନେଇ ସଂସଦରେ ଗଭୀର ଉଦ୍‌ବେଗ ଓ କ୍ଷୋଭ ପ୍ରକାଶ ପାଇଥିଲା। ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୁଣି ଦଳମତ ନିର୍ବିଶେଷରେ ଏକାଠି ହୋଇଥିଲେ ସବୁ ରାଜନୈତିକ ଦଳ। ଉଭୟ ଲୋକସଭା ଓ ରାଜ୍ୟସଭାରେ ସାଂସଦମାନେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ କଠୋର ଆଇନ୍‌ ଆଣିବାକୁ ଦାବି କରିଥିଲେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। ସେ କହିଥିଲେ, ଜଘନ୍ୟକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ସାଧାରଣ ଜନତାଙ୍କୁ ହସ୍ତାନ୍ତର କରାଯାଉ। ସେମାନେ ହିଁ ପିଶାଚମାନଙ୍କୁ ଦଣ୍ଡ ଦେବେ ଦରକାର।

publive-imageସେପଟେ ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଲୋଚନାରେ ଭାଗ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଶ୍ୱାସନା ଦେଇ କହିଛନ୍ତି, ଏଭଳି ଘଟଣାର ଦୋଷୀଙ୍କ ବିରୋଧରେ ଯେତେ କଠୋରରୁ କଠୋର ଆଇନ୍ ଆଣିବାକୁ ଚାହିଁଲେ, ସରକାର ପ୍ରସ୍ତୁତ।

Advertisment

ତେଲେଙ୍ଗାନା ଘଟଣା ପରେ ମହିଳାଙ୍କ ଜୀବନ ପ୍ରତି ବଢୁଥିବା ବିପଦକୁ ଦେଖି ଆଡଭାଇଜରି ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ୍। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍‌ କରିବାକୁ କୁହାଯାଇଛି। ପିସିଆର ଭ୍ୟାନ ନପହଞ୍ଚିବା ଯାଏଁ ଜନଗହଳି ଓ ପେଟ୍ରୋଲ ପମ୍ପ ଭଳି ପବ୍ଲିକ ପ୍ଲେସ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ତା’ସହିତ ‘ସହାୟତା’ ମୋବାଇଲ୍‌ ଆପ୍ ଜରିଆରେ ଏସ୍ଓଏସ୍ ମେସେଜ ଦେଲେ, ବିପଦରେ ପଡ଼ିଥିଲା ମହିଳାଙ୍କ ନିକଟରେ ପୁଲିସ୍ ତୁରନ୍ତ ପହଞ୍ଚି ପାରିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ