Modi
ଭୁବନେଶ୍ୱର: ଓଡ଼ିଶାକୁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା। ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର। ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା ହୋଇଛି। ଏହାସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବା ସହ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି। ପୂର୍ବରୁ ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବୈଠକକୁ ନେଇ ବଡ଼ ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଥିଲେ, ବାତ୍ୟା କ୍ଷତିଗ୍ରସ୍ତ ଏରିଆ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା ଓଡ଼ିଶାକୁ ବାତ୍ୟା ସହାୟତା କେନ୍ଦ୍ର ସରକାର ଘୋଷଣା କରିବେ। ଓଡ଼ିଶା ସହ ପୂରା କେନ୍ଦ୍ର ସରକାର ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାର ବିପର୍ଯ୍ୟର ସ୍ଥାୟୀ ସମାଧାନ ଦାବି କରିଥିଲେ। ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଦାବି କରିଥିଲେ ରାଜ୍ୟ ସରକାର ବୋଲି କହିଥିଲେ ପ୍ରତାପ।
ତେବେ ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ମୁଖ୍ୟ ଶାସନ ସଚିବ, SRC ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ, ଦୀର୍ଘସୂତ୍ରୀ ସମାଧାନ ଚାହିଁଲା ଓଡ଼ିଶା। ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ। ବିଶେଷକରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରିବା ସହ ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କଲା ଓଡ଼ିଶା। ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ବର୍ତ୍ତମାନର ବାତ୍ୟା ନେଇ ଆମେ କିଛି ଦାବି କରିନୁ ବୋଲି SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଯାହା ଏବେ ଦରକାର ଆମେ ତାକୁ ମ୍ୟାନେଜ କରିନେବୁ ଏବଂ ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଏସଆରସି ସୂଚନା ଦେଇଛନ୍ତି।
ସେପଟେ, ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିନଥିଲା ଓଡ଼ିଶା। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି। କେନ୍ଦ୍ର ଉପରେ ବୋଝ ନଲଦି ନିଜ ସମ୍ବଳରୁ ବର୍ତ୍ତମାନ ପାଇଁ ବାତ୍ୟା ମୁକାବିଲା କରାଯିବ ବୋଲି ସେ କହିଛନ୍ତି। ତେବେ ବାତ୍ୟା ଭଳି ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ୨ ପ୍ରକାର ଦୀର୍ଘମିଆଦି ସହାୟତା ଆଶା କରିଛନ୍ତି। ରାଜ୍ୟ ସରକାର ବିଶେଷ କରି ବିପର୍ଯ୍ୟୟ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଓ ବଡ଼ ଜୁଆରରୁ ରକ୍ଷା ପାଇବା ଭଳି ସାମୁଦ୍ରିକ ବନ୍ଧ ନିର୍ମାଣ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଦାବି କରିଥିବା ନବୀନ ତାଙ୍କ ଟ୍ୱିଟ୍ରରେ ଉଲ୍ଲେଖ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/et_1622209549.jpg)