1
ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଫଟୋକୁ ଟ୍ୱିଟ୍ କରି ଏହା କେଉଁ ସ୍ଥାନ ବୋଲି ପଚାରିଥିଲେ? ଆଉ ଲେଖିଥିଲେ, ମୁଁ ଅନେକ ସ୍ଥାନ ଯାତ୍ରା କରିଥିଲେ ମଧ୍ୟ ଓଡ଼ିଶାର ସୌନ୍ଦର୍ଯ୍ୟ ମୋତେ ସଦାବେଳେ ବିମୋହିତ କରେ। ଏହାର କେଇ ଘଣ୍ଟା ପରେ ପୁଣି ଟ୍ୱିଟ୍ କରି ଏହା ଜୟପୁର-ମାଲକାନଗିରି ରାସ୍ତାର ଦୃଶ୍ୟ ବୋଲି ନବୀନ ସ୍ପଷ୍ଟ କରିଥିଲେ।
ତେବେ ମାଲକାନଗିରି ଠାରୁ ୬୦ କିଲୋମିଟର ଦୂରରେ ପଡ଼ୁଥିବା ଏଭଳି ମନଲୋଭା ସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଥିଲେ ମଧ୍ୟ ଆଜିଯାଏଁ ପର୍ଯ୍ୟଟନ ବିଭାଗ କିମ୍ବା ସ୍ଥାନୀୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସିନଥିବା କ୍ଷୋଭର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଗଲେ, ବର୍ଷ ତମାମ ଏହା ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିପାରନ୍ତା ବୋଲି ମତ ରଖିଛନ୍ତି ସ୍ଥାନୀୟ ବାସିନ୍ଦା ଭାସ୍କର ବେହେରା।
ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ମୁଖରିତ ସବୁଜ ବନାନୀ। ଆଉ ତା’ ସାଙ୍ଗରେ ତାଳ ଦେଇ ଗୁଣୁଗୁଣୁ ଗୀତ ଗାଇ ଆନମନା ତରୁଣୀଟିଏ ଭଳି ଅଙ୍କାବଙ୍କା ହୋଇ ବୋହି ଯାଉଛି ଚିରସ୍ରୋତା ନଈ। ସେହି ନଈ କୂଳେ କୂଳେ ଦିଗନ୍ତ ଯାଏଁ ସହଯାତ୍ରୀ ସାଜିବାକୁ ପ୍ରସ୍ତୁତ ରହିଛି କଳା ମଚ୍ମଚ୍ ପିଚୁ ରାସ୍ତାଟିଏ। ପ୍ରକୃତି କୋଳରେ କିଛି କ୍ଷଣ ପାଇଁ ସତ୍ତା ହରାଇବାକୁ ଚାହୁଁଥିବା ଭାବୁକଟିଏ ପାଇଁ ଆଉ ଅଧିକ କଣ ବା ଲୋଡ଼ା ହୋଇପାରେ।ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ମୁଖରିତ ସବୁଜ ବନାନୀ। ଆଉ ତା’ ସାଙ୍ଗରେ ତାଳ ଦେଇ ଗୁଣୁଗୁଣୁ ଗୀତ ଗାଇ ଆନମନା ତରୁଣୀଟିଏ ଭଳି ଅଙ୍କାବଙ୍କା ହୋଇ ବୋହି ଯାଉଛି ଚିରସ୍ରୋତା ନଈ। ସେହି ନଈ କୂଳେ କୂଳେ ଦିଗନ୍ତ ଯାଏଁ ସହଯାତ୍ରୀ ସାଜିବାକୁ ପ୍ରସ୍ତୁତ ରହିଛି କଳା ମଚ୍ମଚ୍ ପିଚୁ ରାସ୍ତାଟିଏ। ପ୍ରକୃତି କୋଳରେ କିଛି କ୍ଷଣ ପାଇଁ ସତ୍ତା ହରାଇବାକୁ ଚାହୁଁଥିବା ଭାବୁକଟିଏ ପାଇଁ ଆଉ ଅଧିକ କଣ ବା ଲୋଡ଼ା ହୋଇପାରେ।
ଇଏ ହେଉଛି ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତାରେ ପଡ଼ୁଥିବା ଗୋବିନ୍ଦପାଲି ଘାଟି ରାସ୍ତା। ଆଉ ଏହି ନଈର ନାଁ ହେଉଛି ‘ସପ୍ତଧାରା’। ଯାହାର ଏକ ଆକର୍ଷଣୀୟ ଫଟୋକୁ ଗତ ରବିବାର ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିବା ପରେ, ଓଡ଼ିଶାର ଏହି ସ୍ୱଳ୍ପଜ୍ଞାତ ସ୍ଥାନ ଅନେକ ଆଖିକୁ ଛୁଇଁନି ଓ ମନକୁ କିଣିପାରିଛି। ଫଟୋକୁ ଦେଖିଲେ ଲାଗୁଛି, ସତେକି ସୂର୍ଯ୍ୟ କିରଣରେ ସୁନା ନଈ ପାଲଟିଛି ୭ଟି ଝରଣାରୁ ଜନ୍ମ ନେଇଥିବା ‘ସପ୍ତଧାରା’।

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-10_1626685976.jpg)