Advertisment

ଜଳବନ୍ଦୀ ଜୀବନ

ପୁରୀ : ରଥଯାତ୍ରା ପରଠୁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ପୁରୀ ମାଟିତୋଟା ଓ ସୁଜାତା ନଗର ଅଞ୍ଚଳର ଲୋକେ।  ରଥଯାତ୍ରା ପରଠୁ ଏହି ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ଘରେ ବେଙ୍ଗ, ସାପର ଭୟ। ମାଟି ଘର ଭୁଶୁଡ଼ିବାକୁ ବସିଲାଣି। ଅାଜି ପର୍ଯ୍ୟନ୍ତ ଏମାନଙ୍କ ଦୁର୍ଦ୍ଦଶା ପ୍ରତି ଅାଖି ବୁଜି ଦେଇଥିଲା ପ୍ରଶାସନ । ନା ମ୍ୟୁନ୍ସିପାଲଟି କିଛି ପଦକ୍ଷେପ ନେଇଥିଲା ନା କୌଣସି ଜନ ପ୍ରତିନିଧି ଏହାର ସମାଧାନ ଲାଗି ଚେଷ୍ଟା କରିଥିଲେ। କିପରି […]

ଜଳବନ୍ଦୀ ଜୀବନ

puri--1-up

Advertisment

ପୁରୀ : ରଥଯାତ୍ରା ପରଠୁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ପୁରୀ ମାଟିତୋଟା ଓ ସୁଜାତା ନଗର ଅଞ୍ଚଳର ଲୋକେ।  ରଥଯାତ୍ରା ପରଠୁ ଏହି ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ଘରେ ବେଙ୍ଗ, ସାପର ଭୟ। ମାଟି ଘର ଭୁଶୁଡ଼ିବାକୁ ବସିଲାଣି।

Advertisment

publive-imageଅାଜି ପର୍ଯ୍ୟନ୍ତ ଏମାନଙ୍କ ଦୁର୍ଦ୍ଦଶା ପ୍ରତି ଅାଖି ବୁଜି ଦେଇଥିଲା ପ୍ରଶାସନ । ନା ମ୍ୟୁନ୍ସିପାଲଟି କିଛି ପଦକ୍ଷେପ ନେଇଥିଲା ନା କୌଣସି ଜନ ପ୍ରତିନିଧି ଏହାର ସମାଧାନ ଲାଗି ଚେଷ୍ଟା କରିଥିଲେ। କିପରି ପାଣି ନିଷ୍କାସନ ହେବ ସେ କଥା କେହି ଚିନ୍ତା କରୁନଥିଲେ।

publive-imageତେବେ ଓଟିଭି ବାରମ୍ବାର ଖବର ପ୍ରସାରଣ କରିବା ପରେ ଚେତିଛନ୍ତି ମ୍ୟୁନ୍ସିପାଲଟି କର୍ତ୍ତୃପକ୍ଷ। ଅାଜି ନିର୍ବାହୀ ଅଧିକାରୀ ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ସମାଧାନ ଲାଗି ଚେଷ୍ଟା କରାଯାଉଥିବା ପ୍ରତିଶ୍ରୁତି ଦେଇଛନ୍ତି। ଅାଜି ସେ ଅଞ୍ଚଳକୁ ପାଓ୍ୱାର ବୋଟ୍ ମଧ୍ୟ ପଠା ଯାଇଥିଲା। ତା ସହିତ ପମ୍ପ ଲଗାଇ ପାଣି ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ