Advertisment

Bag Sparks Dead Body Panic: ବସ୍ତା ଭିତରେ ମୃତଦେହ ଭାବି ପୋଲିସକୁ ଫୋନ୍ କଲେ ଲୋକେ, ତା ପରେ...

ବସ୍ତା ଭିତରେ ଥିବା ଜଣେ ଲୋକ ଥିବା ଦେଖି ମୃତଦେହ ଭାବିଲେ ଲୋକେ। କିଏ ମାରି ଫିଙ୍ଗି ଦେଇଛି ବୋଲି ଭାବି ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଅସଲ କଥା ପଦାକୁ ଆସିଥିଲା।

police

police Photograph: (OTV)

Advertisment

ଶୀତ ଲାଗିଲା ବୋଲି ବସ୍ତା ଭିତରେ ପଶି ରାସ୍ତା କଡରେ ଶୋଇପଡିଛନ୍ତି। ବସ୍ତା ଭିତରେ ଥିବା ଜଣେ ଲୋକ ଥିବା ଦେଖି ମୃତଦେହ ଭାବିଲେ ଲୋକେ। କିଏ ମାରି ଫିଙ୍ଗି ଦେଇଛି ବୋଲି ଭାବି ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କରିଥିଲେ।

Advertisment

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଅସଲ କଥା ପଦାକୁ ଆସିଥିଲା। ବସ୍ତା ଭିତରେ ମୃତଦେହ ନୁହେଁ ଜଣେ ଜୀବନ୍ତ ମଣିଷ ଦେଖିବାକୁ ପାଇଥିଲେ। ଭୁବନେଶ୍ବର ବୁଦ୍ଧ ପାର୍କ ନିକଟରେ ଏଭଳି ଘଟଣା ଘଟିଛି। ପୋଲିସ ପହଞ୍ଚି ବସ୍ତା ପାଖରେ ତନାଘନା ଆରମ୍ଭ କରିବା ପରେ ଭିତରୁ କିଛି ଶବ୍ଦ ଶୁଭିଥିଲା। ପୋଲିସ ବସ୍ତା ଖୋଲି ଦେଖିବା ପରେ ଜଣେ ଜୀବନ୍ତ ବ୍ୟକ୍ତିକୁ ଉଦ୍ଧାର କରିଥିଲା।

ଏଥିସହ ତାକୁ ଘରକୁ ପଠାଇଥିଲା। ଯୁବକ ଜଣକ ନିଳାଦ୍ରୀ ବିହାରରେ ରହୁଥିବା ଜଣାପଡିଛି। ଶୀତ ଲାଗିବାରୁ ବସ୍ତା ଭିତରେ ପଶି ଏଭଳି ରାସ୍ତା କଡରେ ଶୋଇପଡିଥିବା କହିଛନ୍ତି। ଏଭଳି ଘଟଣା ପରେ ସେଠାରେ ପ୍ରବଳ ଲୋକଙ୍କ ଭିଡ ଜମିଥିଲା । .... 

Advertisment

ଶୀତ ଲାଗିଲା ବୋଲି...

ଶୀତ ଲାଗିଲା ବୋଲି ବସ୍ତା ଭିତରେ ପଶି ରାସ୍ତା କଡରେ ଶୋଇପଡିଲେ
କିଏ ମାରି ଫିଙ୍ଗି ଦେଇଛି ବୋଲି ସଙ୍ଗେ ସଙ୍ଗେ ପୋଲିସକୁ ଫୋନ 
ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ତନାଘନା
ବସ୍ତା ଭିତରୁ ଜୀବନ୍ତ ମଣିଷ ଉଦ୍ଧାର କଲା ପୋଲିସ 
ଶୀତ ଲାଗିଲା ବୋଲି ଶୋଇପଡିଥିଲେ କହିଲେ ଉଦ୍ଧାର ବ୍ୟକ୍ତି 

Winter Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ