FOREST DEPT VS POLICE Photograph: (OTV)
ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସିଙ୍କ ପାଇଁ ବଢ଼ିଲା ଅଡୁଆ। କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍ ଡିଜିଙ୍କୁ ଚିଠି ଲେଖିଲେ PCCF। ପୂର୍ବରୁ କେନ୍ଦ୍ରାଞ୍ଚଳ IGଙ୍କୁ ଚିଠି କରିଥିଲେ ଜଙ୍ଗଲ ବିଭାଗ ସ୍ୱତନ୍ତ୍ର ସଚିବ।
ବଜ୍ରକାପ୍ତା କାତି ଚୋରା ଚାଲାଣକୁ ନେଇ ACF ଏବଂ ପଟ୍ଟାମୁଣ୍ଡାଇ IICଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବଜ୍ରକାପ୍ତା କାତି ଚୋରା ଅଭିଯୋଗରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେରା ବେଳେ IIC ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ମୋତେ ନ ପଚାରି କାହିଁକି ଗିରଫ କଲ ବୋଲି ପ୍ରଶ୍ନ ଉଠାଇଥିଲେ IIC। ମିଛ ମାମଲାରେ ଫସାଇ ଦେବାକୁ ACFଙ୍କୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ACF ଗଗନ ମଲ୍ଲିକଙ୍କ ଅଭିଯୋଗ ପରେ ବିବାଦ ବଢ଼ିଥିଲା। ଫଳରେ IIC ବନ୍ଦନା ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/forest-dept-vs-police-2026-02-06-14-35-04.jpg)