police-offers
ଭୁବନେଶ୍ୱର: ଦିନେ ସୁନ୍ଦର ହସ୍ତାକ୍ଷରରେ ପରୀ ଭଲ ପିଲାବୋଲି ଅଭ୍ୟାସ କରୁ କରୁ ଆଜି ଖଳ ଲୋକଙ୍କ ହାତରେ ପଡ଼ି ନିଶ୍ଚିହ୍ନ ହୋଇଯାଇଛି ନିଜେ ପରୀ। ପରୀ କିନ୍ତୁ ଆଉ ଫେରିବ ନାହିଁ। ହେଲେ ଆକ୍ରୋଶ ଆଉ ଷଡଯନ୍ତ୍ରର ଜାଲ ବିଛାଇ ତାର ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଉଥିବା ନେଇ ଉଠିଛି ସଂଗୀନ ଅଭିଯୋଗ। ଏହି ଅଭିଯୋଗ ନିଜେ କରିଛନ୍ତି ପରୀର ବାପା। ପରୀ ହତ୍ୟା ମାମଲାକୁ ରଫା ଦଫା ପାଇଁ ଉଦ୍ୟମ କରାଯାଇଛି, ୫ ଲକ୍ଷ ଟଙ୍କା ଯାଚି ଅନ୍ୟ ନାଁରେ ଅଭିଯୋଗ କରିବାକୁ ପ୍ରବର୍ତ୍ତାଇଛି ପୋଲିସ।
ଏପରିକି ପରୀର ଏକ ପ୍ରତିମୂର୍ତ୍ତି ଏବଂ ପରୀ ନାଁରେ ପୁରସ୍କାର ରଖିବା ପାଇଁ ବି ପୋଲିସ ଲୋଭ ଦେଖାଇଥିବା ପରୀର ବାପା ଅଭିଯୋଗ କରିଛନ୍ତି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିନଥିବାବେଳେ ପ୍ରେସମିଟ୍ କରି ପରୀ ନିଆଁରେ ଘିଅ ଢାଳିଛି ବିଜେପି। ପରୀକୁ କେବଳ ହତ୍ୟା ନୁହେଁ, ତାର ଅଙ୍ଗ ତସ୍କରୀ ବି ହୋଇଛି। ଏହି ଘଟଣା ପଛରେ ବାବୁଲି ନାଏକର ସଂପୃକ୍ତି ରହିଛି, ତାକୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ଦଳ ଅଭିଯୋଗ କରିଛି ତେଣୁ ଏସ୍ଆଇଟି ନୁହେଁ, ସିବିଆଇ ତଦନ୍ତ ସହ ମନ୍ତ୍ରୀ ପଦରୁ ଅରୁଣଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସେପଟେ ଏସ୍ଆଇଟି ଗଠନ ପରେ ଖୁସି ଥିବା କଂଗ୍ରେସ ୟୁ ଟର୍ଣ୍ଣ କରି ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି କହିଛି। ତେବେ ବିଜେପିର ଅଭିଯୋଗ ନେଇ ବିଜେଡି କିମ୍ବା ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି।
ବିଧାନସଭା ଚାଲୁଥିଲା ବୋଲି ପରୀକୁ ନେଇ ହୁଲସ୍ତୁଲ ହେଲା। ଏବେ ଯିଏ ଯାହା ବାଟରେ। କେବଳ ନୟାଗଡ଼ରେ ଡେରା ପକାଇଛି ଏସ୍ଆଇଟି। ଟିମ୍ ସଦସ୍ୟ ପୋଲିସଠାରୁ ସଂଗ୍ରହ କରୁଛନ୍ତି ତଥ୍ୟ ପ୍ରମାଣ। ସେପଟେ ମନ୍ତ୍ରୀ ଅରୁଣ ସାହୁଙ୍କ ଏକ ଭାଇରାଲ୍ ଅଡିଓରୁ ଅଭିଯୁକ୍ତ ବାବୁଲିକୁ ମନ୍ତ୍ରୀ ଘଣ୍ଟ ଘୋଡାଉଥିବା ଚର୍ଚ୍ଚା ହୋଇଥିଲା। ଆଉ ଆଜି ଏତେ ଦିନର ତମ୍ବିତୋଫାନ ପରେ ଅଭିଯୁକ୍ତ ବାବୁଲି ନାଏକକୁ ବି ଧରି ଏସ୍ଆଇଟି ପଚରାଉଚରା କରୁଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/police-offers_1625056112.jpg)