Advertisment

ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ମନ୍ତ୍ରୀଙ୍କ କଣ ସଂପୃକ୍ତି ରହିଛି ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି  ସେ କହିଛନ୍ତି। ସେହିପରି ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ କଂଗ୍ରେସର ଉଦବେଗ ପ୍ରକାଶ କରିଛି। ବିଧାୟକ ତାରା ବାହିନୀପତି କହିଛନ୍ତି […]

ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

assembly

Advertisment

ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ମନ୍ତ୍ରୀଙ୍କ କଣ ସଂପୃକ୍ତି ରହିଛି ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି  ସେ କହିଛନ୍ତି।

Advertisment

ସେହିପରି ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ କଂଗ୍ରେସର ଉଦବେଗ ପ୍ରକାଶ କରିଛି। ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ନୟାଗଡ଼ର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ହେଉଛି। ପରୀର ବାପା ମାଆ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି। ସବୁ କାର୍ଯ୍ୟ ବନ୍ଦ କରି ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ବିବୃତି ରଖନ୍ତୁ ବୋଲି ତାରା ଦାବି କରିଛନ୍ତି।

ଏହାସହ ପୋଲିସ ନ୍ୟାୟ ଦେଲାନି ବୋଲି ନୟାଗଡ଼ରୁ ଆସି ପ୍ରତିବାଦ କରୁଛନ୍ତି। ତେବେ ଏଥିପାଇଁ ଦାୟୀ କିଏ, ପୋଲିସ କାହିଁକି ଚୁପ୍ ବସିଛି ବୋଲି ତାରା ପ୍ରଶ୍ନ କରିଛନ୍ତି।

Advertisment

ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ ରୁଲିଂ ଦେଲେ ବାଚସ୍ପତି। କାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ଦଳମାନେ ୪ଟି ପ୍ରସଙ୍ଗ ଉଠାଇଛନ୍ତି। ବାପା, ମା ସୁରକ୍ଷା ବଳୟ ଡେଇଁ ବିଧାନସଭା ସମ୍ମୁଖକୁ ଆସିଛନ୍ତି
ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନୟାଗଡ଼ରେ ୩ ମାସ ହେଲା ମାମଲା ହୋଇଛି। ଘଟଣାରେ ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁ ମଧ୍ୟ ଅଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଏ ୪ଟି ପ୍ରସଙ୍ଗରେ କାଲି ବିସ୍ତୃତ ଉତ୍ତର ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ