Panchayat Election Photograph: (OTV)
ଆସନ୍ତାବର୍ଷ ଜାନୁଆରୀ, ଫେବ୍ରୁଆରୀରେ ହେବ ପଞ୍ଚାୟତ ନିର୍ବାଚନ । ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ । ବର୍ତ୍ତମାନର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ନିର୍ବାଚନ ହେବ ।
ସେହି ନିର୍ବାଚନ ପାଇଁ ଆଜି ଥିଲା ପ୍ରାକ୍ ପ୍ରସ୍ତୁତି ବୈଠକ । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ବୁଲି ହେବ ଭୋଟର୍ ସର୍ଭେ ।
ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ଭୋଟର ସର୍ଭେ । ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ ।
ହୋଇପାରେ ବୁଥ୍ ପୁନର୍ଗଠନ
SIR ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଆବଶ୍ୟକସ୍ଥଳେ ହୋଇପାରେ ବୁଥ୍ ପୁନର୍ଗଠନ । ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରାଯିବାର ପ୍ରାଥମିକ ଲକ୍ଷ୍ୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/panchayat-election-2026-01-17-17-05-19.jpg)