Advertisment

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣା କିମ୍ବା ବଡ଼ ଧରଣର ପୂଜା ଆୟୋଜନକୁ ବାରଣ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ଙ୍କର ନୀତି […]

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

pana sankranti

Advertisment

ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣା କିମ୍ବା ବଡ଼ ଧରଣର ପୂଜା ଆୟୋଜନକୁ ବାରଣ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ଙ୍କର ନୀତି ପାଳନ କରାଯିବ । ସେହିପରି ସର୍ବସାଧାରଣ ସ୍ଥାନରେ କୌଣସି ପ୍ରକାର ପଣା ଓ ଉତ୍ସବ ଆୟୋଜନକୁ ମନା କରାଯାଇଛି ।  କଟକଣା ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Advertisment

ସେପଟେ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ କରାଯାଇଛି । ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ । କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି। କଟକଣା ଯେପରି କଡ଼ା ଭାବେ ପାଳନ କରାଯିବ ସେ ନେଇ ପ୍ରଶାସନ ଅନୁଧ୍ୟାନ କରିବ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ଦୁଇ ଜଣ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଟକଣା ଜାରି କରାଯାଇଥିଲା। ମାଆଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ ରାଜ୍ୟରେ ବେକାବୁ ହେଉଛି କରୋନା। ଦିନକୁ ଦିନ ସଂକ୍ରମଣ ବଢି ବଢି ଚାଲିଛି। ଆଜି  ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୮୪ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୧୦୩୪ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ  ୭୪୯ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ସେହିପରି  ରାଜ୍ୟରେ କରୋନାରେ ଆଜି ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୦କୁ ବୃଦ୍ଧି ପାଇଛି। 

Advertisment

ସେହିପରି ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ସୀମାନ୍ତ ଅଞ୍ଚଳରେ ଜୋରଦାର ଚାଲିଛି ଚେକିଂ । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ତକ୍ଷ୍ଣ ନଜର ରଖିଛି ପ୍ରଶାସନ ।

COVID-19 Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ