Advertisment

ଟ୍ରାକ୍ଟରକୁ ପିଟିଲା ଟ୍ରଲର : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ପାଳଲହଡ଼ା : (ରବି ନାରାୟଣ ପ୍ରଧାନ) : ଟ୍ରାକ୍ଟରକୁ ପିଟିଲା ଟ୍ରଲର । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଝିମିରିପାଲି ନିକଟରେ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଦୃତ ଗତିରେ ଯାଉଥିବା ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି । ଫଳରେ  ଟ୍ରାକ୍ଟରରେ ବସି ଯାଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଗୋଡ଼ାପଦା ଗାଁର […]

ଟ୍ରାକ୍ଟରକୁ ପିଟିଲା ଟ୍ରଲର : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

accident

Advertisment

ପାଳଲହଡ଼ା : (ରବି ନାରାୟଣ ପ୍ରଧାନ) : ଟ୍ରାକ୍ଟରକୁ ପିଟିଲା ଟ୍ରଲର । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଝିମିରିପାଲି ନିକଟରେ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଦୃତ ଗତିରେ ଯାଉଥିବା ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି । ଫଳରେ  ଟ୍ରାକ୍ଟରରେ ବସି ଯାଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଗୋଡ଼ାପଦା ଗାଁର ସୁନିଆ ପୂର୍ତ୍ତି ବୋଲି ଜଣାପଡ଼ିଛି ।

Advertisment

ଆଜି ସକାଳେ ଚାନ୍ଦପଙ୍କ ଗାଁରୁ ୪ ଜଣ ଶ୍ରମିକଙ୍କୁ ନେଇ ଗୋଟିଏ ଟ୍ରାକ୍ଟର ଝିମିରିପାଲି ଅଭିମୁଖେ ୧୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।  ଏକ ଲୁହା ବିମ ବୋଝେଇ ଟ୍ରଲର ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା । ଧକ୍କାରେ ଉଭୟ ଗାଡି ଭାରସାମ୍ୟ ହରାଇ ଜମି ଭିତରେ ପଶି ଯାଇଥିବା ବେଳେ ଟ୍ରାକ୍ଟରରେ ବସିଥିବା ଚାରି ଜଣ ଯାକ ଶ୍ରମିକ ଗାଡିରୁ ଛିଟକି ଖସିପଡି ଥିଲେ । ଦୁଭାଗ୍ୟବଶତଃ ସୁନିଆଁଙ୍କ ଉପରେ ଟ୍ରଲରଟି ମାଡ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରଲର ଡ୍ରାଇଭର, ହେଲପର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ ଆଜି ରାୟଗଡା ଜିଲ୍ଲା କେନ୍ଦୁଗୁଡ଼ା ଡୁମ୍ବଳାପଦର ବୁଲାଣିଆ ଘାଟିରେ ଏକ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ  ହୋଇଛି ।  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ହେଲେ ଭୁବନେଶ୍ୱରର ସୁନୀଲ ସାହୁ। ଅନ୍ୟ ଆହତମାନେ ମଧ୍ୟ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରାଭେଲରରେ ୨୦ ଜଣ କୋରାପୁଟ ଗୁପ୍ତେଶ୍ଵର ବୁଲି ଭୁବନେଶ୍ୱର ଫେରୁଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଓଲଟି ପଡ଼ିଥିଲା।ଖବରପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ୯ଜଣ ଆହତଙ୍କୁ ମୋହନା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ୬ ଗୁରୁତରଙ୍କୁ ଏମ୍‌କେସିଜି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ