Advertisment

Paddy Mandis Inactive: ଧାନ ମଣ୍ଡି ଅଚଳ; ଚାଷୀ ଅସନ୍ତୁଷ୍ଟ, କମ୍ ଦରରେ ବିକିବାକୁ ବାଧ୍ୟ

ଖରିଫ ଧାନ ସଂଗ୍ରହ ପାଇଁ ପ୍ରତି ପଞ୍ଚାୟତରେ ଧାନ ମଣ୍ଡି ଖୋଲିଛି। ଚାଷୀ ମଣ୍ଡିରେ ଧାନ ଦେବେ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ପାଇବେ। ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଏବେବି ଅନେକ ସ୍ଥାନରେ ମଣ୍ଡି ଅଚଳ ଅବସ୍ଥା ଥିବାରୁ ଧାନ ବିକ୍ରି କରି ପାରି ନାହାଁନ୍ତି ଚାଷୀ।

Paddy Mandis Inactive

ଧାନ ମଣ୍ଡି ଅଚଳ; ଚାଷୀ ଅସନ୍ତୁଷ୍ଟ Photograph: (OTV)

Advertisment

ଖରିଫ ଧାନ ସଂଗ୍ରହ ପାଇଁ ପ୍ରତି ପଞ୍ଚାୟତରେ ଧାନ ମଣ୍ଡି ଖୋଲିଛି। ଚାଷୀ ମଣ୍ଡିରେ ଧାନ ଦେବେ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ପାଇବେ। ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଏବେବି ଅନେକ ସ୍ଥାନରେ ମଣ୍ଡି ଅଚଳ ଅବସ୍ଥା ଥିବାରୁ ଧାନ ବିକ୍ରି କରି ପାରି ନାହାଁନ୍ତି ଚାଷୀ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।

Advertisment

ଜମିରୁ ଧାନ ଅମଳ କରି ନିଜ ଘର ପିଣ୍ଡାରେ ଧାନ ବସ୍ତା ଗୁଡ଼ିକୁ ସାଇତି ରଖିଛନ୍ତି ଚାଷୀ। ବାହାରେ ଖରା କାକର ଖାଇ ଧାନ ନଷ୍ଟ ହେବାକୁ ଲାଗିଲାଣି। ମଣ୍ଡି ଖୋଲି ନ ଥିବାରୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଏମିତି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଜିରାବାଡି ଗ୍ରାମରେ ଦେଖିବାକୁ ମିଳିଛି। 

ପୂର୍ବରୁ ଚାଷୀମାନେ ଏମ୍‌ଏସପି ୨୩୦୦ ଟଙ୍କା ଉପରେ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ମିଶାଇ ୩୧ଶହ ଟଙ୍କା ପାଉଥିବା ବେଳେ କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ ଟଙ୍କା ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ମୋଟ କୁଇଣ୍ଟାଲ ପିଛା ଧାନ ୩୧,୦୬୯ ଟଙ୍କାରେ ବିକ୍ରି କରିବେ ବୋଲି ଖୁସିଥିଲେ ଚାଷୀ। ହେଲେ ସବୁ ଖୁସି ଯେମିତି ମଉଳି ଯାଇଛି। 

Advertisment

ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀ ବାଧ୍ୟ ହୋଇ ଶାଗମାଛ ଦରରେ ବ୍ୟବସାୟୀଙ୍କୁ କୁଇଣ୍ଟାଲ ପିଛା ୧୮୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଅନ୍ୟପକ୍ଷରେ ଆଜି ସୁଧା ଅନେକ ଚାଷୀଙ୍କ ପାଖରେ ଟୋକନ୍ ପଂହଚି ନ ଥିବାରୁ ମଣ୍ଡି ଖୋଲିବ କି ନାହିଁ ଏହାକୁ ନେଇ ଦ୍ଵନ୍ଦ୍ୱରେ ଅଛନ୍ତି ଚାଷୀ ଆଉ ତୁରନ୍ତ ମଣ୍ଡି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।

ସରକାର ଧାନ ଶୀଘ୍ର କିଣିବା ପାଇଁ ମିଲରମାନଙ୍କୁ ଟାର୍ଗେଟ ଦେଉଛନ୍ତି ହେଲେ ମିଲର ଓ ସମବାୟ ସମିତି ସଂପାଦକଙ୍କ ଅବହେଳାରୁ ବର୍ତ୍ତମାନ  ଯାଏଁ  ଧାନ ଉଠୁନି କି ଟାର୍ଗେଟ ହେଉ ନାହିଁ। ମିଲର ଓ ସମବାୟ ସମିତି ସଂପାଦକଙ୍କୁ ତାଗିଦ କରିବା ପାଇଁ ଉପଜିଲ୍ଲାପାଳ ଭଂଜନଗର ଉପଖଣ୍ଡ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି। ତିନି ମଣ୍ଡି ନୋଡାଲ ଅଫିସର ଚାରି କ୍ୱାଲିଟି ଆନାଲିସିସ୍‌ ଅଫିସରଙ୍କୁ କାର୍ଯ୍ୟରେ ଅବହେଳା ଦୃଷ୍ଟିରୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ଉପଖଣ୍ଡରେ ୯୦୪୩.୯୫ କୁଇଣ୍ଟାଲ ଧାନ କିଣା ଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। 

Advertisment

ସେହିପରି, ସମସ୍ତ ମଣ୍ଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଧାନ କିଣିବା ସହ ଚାଷୀଙ୍କ ସୁବିଧା ପାଇଁ ବସିବା ସୁବିଧା, ପାଣି, ଶୌଚାଳୟ ଓ ସୁରକ୍ଷିତ ଭାବେ ଧାନ ରଖିବା ଵ୍ୟଵସ୍ଥା କରିବା ସହ କଟନୀ ଛଟନି ଭଳି କୌଣସି ଅଭିଯୋଗ ଆସିଲେ ସଂପୃକ୍ତ ମିଲର କିମ୍ବା ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ।

Farmer Protest Bhanjanagar Mandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ