Advertisment

Mystery Deepens as Bodies Disappear: ମଶାଣିରୁ କିଏ ଓ କାହିଁକି ନେଉଛି ଶବ ? ଗାଏବ ହେଲାଣି ୩୦ରୁ ଅଧିକ ମୃତଦେହ

ଗାଁ ମଶାଣିରୁ କିଏ ଓ କାହିଁକି ନେଉଛି ଶବ ? ଗୋଟିଏ ରାତିରେ ସମାଧି ଖୋଳି ୫ ଶବ ଉଭାନ। ଚର୍ଚ୍ଚାରେ ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍ ମଣିନାଥପୁର ଗାଁ। ମୃତଦେହ ପୋତିବାର ୧୧ ଦିନରୁ ୩ ମାସରେ ଶବ ଗାଏବ। ଥାନାରେ ମାମଲା ପରେ ରହସ୍ୟ ଭେଦିବାକୁ ତନାଘନା।

Mystery Deepens as Bodies Disappear

ମଶାଣିରୁ କିଏ ଓ କାହିଁକି ନେଉଛି ଶବ ? Photograph: (OTV)

Advertisment

ଶ୍ମଶାନରୁ ଶବ ଗାଏବ। ମୃତଦେହ ପୋତିବାର ୧୧ ଦିନରୁ ୩ ମାସ ଭିତରେ ମଶାଣିରୁ ଉଭାନ୍ ହେଇଯାଉଛି ଶବ। ଗୋଟିଏ କି ଦୁଇଟି ନୁହେଁ ବିଗତ କିଛି ବର୍ଷରେ ଗୋଟିଏ ଶ୍ମଶାନରୁ ଗାଏବ ହେଇଗଲାଣି ୩୦ ରୁ ଅଧିକ ମୃତଦେହ। କିଏ ନେଉଛି, କାହିଁକି ନେଉଛି, ରହସ୍ୟ ଘେରରେ ସବୁ ପ୍ରଶ୍ନ। ଶୁଣିବାକୁ ହରର୍ ଫିଲ୍ମର କାହାଣୀ ଭଳି ଲାଗୁଥିଲା ବେଳେ, ମାମଲା ଥାନାଯାଏଁ ପହଞ୍ଚିବା ପରେ ଏବେ ଚର୍ଚ୍ଚାରେ ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ମଣିନାଥପୁର ଗାଁ।

Advertisment

ଗାଁ ମଶାଣିରୁ ଗାଏବ୍ ହୋଇଯାଉଛି ମଣିଷ ଶବ। ଗୋଟିଏ ରାତିରେ ୫ ଶବ ଉଭାନ୍। ଭୟ ଯେତିକି, ରହସ୍ୟ ସେତିକି। ଛତା ଅଛି ଶବ ନାହିଁ, ବଙ୍କୁଲିବାଡ଼ି ଅଛି ମୃତଦେହ ଗାଏବ। ଭଦ୍ରକ ଜିଲ୍ଲା ଷୋଳମପୁର ପଞ୍ଚାୟତର ମଣିନାଥପୁର ଗାଁ ଶ୍ମଶାନର ଏଭଳି କାଣ୍ଡକୁ ନେଇ ସାରା ଅଞ୍ଚଳରେ ହଇଚଇ। ଅଭିଯୋଗ, ପ୍ରିୟଜନଙ୍କ ମୃତ୍ୟୁ ପରେ ଗାଁ ଲୋକେ ବୈତରଣୀ ନଦୀ କୂଳରେ ଥିବା ଏ ଶ୍ମଶାନରେ ପରମ୍ପରା ମୁତାବକ ଶବ ପୋତୁଛନ୍ତି। ହେଲେ ପୋତା ଯିବାର ବା ସଂସ୍କାରର ୧୧ ଦିନରୁ ତିନିମାସ ଭିତରେ ସମାଧିରୁ ଶବ ଗାଏବ୍ ହୋଇଯାଉ ଥିବା ଅଭିଯୋଗ ହେଉଛି। 
କିଛି ବର୍ଷ ତଳେ ମଝିରେ ମଝିରେ ଏମିତି ହେଉଥିଲା, ଲୋକେ ସେତେଟା ଗୁରୁତ୍ବ ନଦେଇ ତୁନି ରହିଯାଉଥିଲେ। ହେଲେ ଗତ ଜାନୁଆରୀ ୧୨ ତାରିଖରେ ଏକା ରାତିରେ ପୁଣି ୫ଟି ଶବ ଗାଏବ୍ ହେବାର ଅଭିଯୋଗକୁ ନେଇ ଗାଁରେ ଯେମିତି କୋକୁଆ ଭୟ ଖେଳିଯାଇଛି।...

ଶ୍ମଶାନରୁ କୁଆଡ଼େ ଯାଉଛି ଶବ ? କିଏ ନେଉଛି ? କାହିଁକି ନେଉଛି ? ଅଭିଯୋଗ ହେଉଛି ମଣିନାଥପୁର ଶ୍ମଶାନରେ ଇଏ ପ୍ରଥମ ଘଟଣା ନୁହେଁ। ୨୦୧୬ରୁ ଏପର୍ଯ୍ୟନ୍ତ ଶ୍ମଶାନରେ ଥିବା ସମାଧି ଭିତରୁ ପ୍ରାୟ 30ରୁ ଅଧିକ ଶବ ଗାଏବ୍ ହେଲାଣି। କୁଆଡ଼େ ଯାଉଛି, କଣ ହେଉଛି କେହି କିଛି ଜାଣିପାରୁନାହାନ୍ତି। 

Advertisment

ହେଲେ ୧୨ ତାରିଖର ଘଟଣା ପରେ କିନ୍ତୁ ପାରିପାର୍ଶ୍ବିକ ସ୍ଥିତିରୁ ଶବ ଚୋରିର ସନ୍ଦେହ ପରେ ମାମଲା ଥାନାକୁ ଯାଇଛି। ପ୍ରଥମଥର ପାଇଁ ଗାଁର ବନ୍ଦନ ନାଏକ ନିଜ ବାପାଙ୍କ ଶବ ଗାଏବ୍ ନେଇ ଭଣ୍ଡାରୀପୋଖରୀ ଥାନାରେ ଅଭିଯୋଗ ପରେ ତତ୍ପର ହୋଇଛି ସ୍ଥାନୀୟ ପୋଲିସ୍। ଏପରକି ସାଇଣ୍ଟିଫିକ୍ ଟିମ୍ ଡଗ୍ ସ୍କ୍ବାର୍ଡ ସହ ଏସପି ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ବି ଏଯାଏଁ ରହସ୍ୟ ଉପରୁ ପର୍ଦ୍ଦା ହଟିନି।... 

କିଏ କହୁଛି ଗୁଣିଗାରେଡ଼ି ପାଇଁ ତ ପୁଣି କିଏ କହୁଛି ଅଙ୍ଗ ତସ୍କରି କିମ୍ବା ମେଡିକାଲରେ ବ୍ୟବହାର ଉଦ୍ଦେଶ୍ୟରେ ଶବ ଚୋରିର ଏକ ସଂଗଠିତ ରାକେଟ୍ ଚାଲିଛି। ହେଲେ ଏସବୁ ବିନ୍ଦୁ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ବେଳେ ରହସ୍ୟ କେବେ ଖୋଲୁଛି ଏବେ ତା ଉପରେ ନଜର।

Advertisment
Odisha News Bhadrak Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ