Advertisment

କରୋନା ସଂକ୍ରମିତଙ୍କୁ ଓଟିଭି ବଢ଼ାଇଲା ସହାୟତାର ହାତ : ଫୋନ୍‌ କଲେ ଘରେ ପହଞ୍ଚିବ ଖାଦ୍ୟ

କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା।

ଅଦ୍ୟତନ ହୋଇଛି
କରୋନା ସଂକ୍ରମିତଙ୍କୁ ଓଟିଭି ବଢ଼ାଇଲା ସହାୟତାର ହାତ : ଫୋନ୍‌ କଲେ ଘରେ ପହଞ୍ଚିବ ଖାଦ୍ୟ

OTV

Advertisment

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା। ବହୁ ପରିବାରର ସମସ୍ତ ସଦସ୍ୟ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ବିଷମ ସ୍ଥିତିରେ, ଓଟିଭି ପକ୍ଷରୁ ଟୁଇନ୍ ସିଟିରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବାକୁ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ଓଟିଭି କେୟାର୍ସ-ଆପଣ ଏକା ନୁହଁନ୍ତି।

Advertisment

publive-imageବିପଦ ହେଉକି ବିପର୍ଯ୍ୟୟ। ଦୁର୍ଦ୍ଦିନ ହେଉ କି ଦୁର୍ଯୋଗ। ଅସମୟରେ ଅସହାୟତାରେ, ସବୁ ବେଳେ ସବୁ ସ୍ଥିତିରେ, ଓଡ଼ିଶା ବାସୀଙ୍କ ପାଖରେ ଠିଆ ହୋଇଛି ଓଡ଼ିଶାର ଟିଭି- ଓଟିଭି। ଆଉ ଇଏ ବି ସେମିତି ଏକ ସମୟରେ, ସେମିତି ଏକ ପ୍ରୟାସ ମହାମାରୀ ବେଳେ ମୁହଁ ନଫେରାଇ, ଏକାନ୍ତବାସରେ ରହୁଥିବା ମଣିଷକୁ, ଆପଣ ଏକା ନୁହଁନ୍ତି ବୋଲି କହିବାର ପ୍ରୟାସ। ଓଟିଭି କେୟାର୍ସ ଆପଣ ଏକା ନୁହଁନ୍ତି ଅଭିଯାନରେ, ଘରେ ସଂଗରୋଧରେ ରହୁଥିବା ଅସହାୟ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଆଜିଠାରୁ ଭୁବନେଶ୍ୱର ଓ କଟକରେ ସ୍ୱଚ୍ଛ, ସ୍ୱାଦିଷ୍ଟ ତଥା ସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଛି। ହୋମ୍ କ୍ୱାରେଣ୍ଟାଇନ୍‌ରେ ଥାଇ ଖାଦ୍ୟ ଯୋଗାଡ଼ କରିବାକୁ କିମ୍ବା ରୋଷେଇ କରିବାକୁ ଅସମର୍ଥ ବ୍ୟକ୍ତି ବିଶେଷ ଅବା ଏକାଧିକ ସଦସ୍ୟଙ୍କ ପାଇଁ, ସ୍ୱେଚ୍ଛାସେବୀମାନେ ସେମାନଙ୍କ ଘରେ ଯାଇ ଦେୟମୁକ୍ତ ରନ୍ଧାଖାଦ୍ୟ ପହଞ୍ଚାଉଛନ୍ତି।

ଟ୍ୱିନ୍‌ସିଟିରେ ମାସେ ଧରି ଚାଲିବାକୁ ଥିବା ଓଟିଭିର ଏହି ଅଭିଯାନ ସହ ଯୋଡ଼ି ହୋଇ, ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଆଶାୟୀଙ୍କ ପାଖରେ ତାହାକୁ ପହଞ୍ଚାଇବାର ଦାୟିତ୍ୱ ନେଇଛନ୍ତି ୩ଟି ସ୍ୱେଚ୍ଛାସେବୀ ସଂଗଠନ। କଟକରେ ଏଥିପାଇଁ ସ୍ୱପ୍ନ ଫାଉଣ୍ଡେସନ୍ କାର୍ଯ୍ୟ କରୁଥିବା ବେଳେ, ଭୁବନେଶ୍ୱରରେ ଖାଦ୍ୟ ଯୋଗାଉଛନ୍ତି KZSVS ଏବଂ ଆଶାକିରଣ ସଂଗଠନ। ମୁହଁରେ ମାସ୍କ, ହାତରେ ଗ୍ଲୋଭ୍ସ ଓ ମୁଣ୍ଡରେ କ୍ୟାପ୍ ଲଗାଇ ସ୍ୱଚ୍ଛ ପରିବେଶରେ ଖାଦ୍ୟ ରୋଷେଇ ହେଉଛି, ଏବଂ ତାକୁ ଭଲ ଭାବେ ପ୍ୟାକିଂ କରାଯାଉଛି। କ୍ୱାରେଣ୍ଟିନରେ ରହୁଥିବା କୋଭିଡ୍ ଆକ୍ରାନ୍ତ ନିଜେ, କିମ୍ବା ତାଙ୍କ ଆଖପାଖର କୌଣସି ବ୍ୟକ୍ତି ଏଭଳି ଅସହାୟ ସଂକ୍ରମିତଙ୍କ ସଂପର୍କରେ ଫୋନ୍ କିମ୍ବା ହ୍ୱାଟ୍ସଆପ୍‌ରେ ଯୋଗାଯୋଗ କଲେ, ଠିକ୍ ସମୟରେ ହୋମ୍ ଡେଲିଭରି ପହଞ୍ଚିଯାଉଛି। ତେବେ ରାଜ୍ୟରେ ବର୍ତ୍ତମାନ ସମୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ବେଳେ ସଂକ୍ରମିତଙ୍କୁ ମାଗଣା ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରିଛି ଓଟିଭି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ