Advertisment

ଜାତୀୟ ସଂସ୍ଥା ଦ୍ୱାରା ତଦନ୍ତ ହେଉ- ଜଗି

ଭୁବନେଶ୍ୱର: ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ପ୍ରସଙ୍ଗରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। କୋର୍ଟରେ ମାମଲା ଖାରଜ ପ୍ରସଙ୍ଗରେ ଜଗି କହିଛନ୍ତି ଯେ ନିକଟରେ ଆମର ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହାଜତରେ ଥିବା ଅବସ୍ଥାରେ ଚାକିରିରୁ ଇସ୍ତଫା ଦେବା ଲାଗି ଭୟଭୀତ ଓ ବାଧ୍ୟ କରାଯାଇଛି। ଆମେ ସବୁବେଳେ ଅଭିଯୋଗର ତଦନ୍ତ କରୁଥିବା କର୍ତ୍ତୃପକ୍ଷଙ୍କୁ ସହଯୋଗ କରିଆସିଛୁ ବୋଲି ସେ କହିଛନ୍ତି। […]

ଅଦ୍ୟତନ ହୋଇଛି
ଜାତୀୟ ସଂସ୍ଥା ଦ୍ୱାରା ତଦନ୍ତ ହେଉ- ଜଗି

invest

Advertisment

ଭୁବନେଶ୍ୱର: ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ପ୍ରସଙ୍ଗରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। କୋର୍ଟରେ ମାମଲା ଖାରଜ ପ୍ରସଙ୍ଗରେ ଜଗି କହିଛନ୍ତି ଯେ ନିକଟରେ ଆମର ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହାଜତରେ ଥିବା ଅବସ୍ଥାରେ ଚାକିରିରୁ ଇସ୍ତଫା ଦେବା ଲାଗି ଭୟଭୀତ ଓ ବାଧ୍ୟ କରାଯାଇଛି। ଆମେ ସବୁବେଳେ ଅଭିଯୋଗର ତଦନ୍ତ କରୁଥିବା କର୍ତ୍ତୃପକ୍ଷଙ୍କୁ ସହଯୋଗ କରିଆସିଛୁ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ 'ଆମର କର୍ମଚାରୀମାନେ ସମନ ପାଇବା ମାତ୍ରକେ ଜେରା ପାଇଁ ପୋଲିସ୍ ଷ୍ଟେସନକୁ ଯାଉଛନ୍ତି। ଏହାସତ୍ତ୍ୱେ ଆମ ପ୍ରତି ଆକ୍ରୋଶ ଜାରି ରହିଛି। ଏପରିକି ଆମ କର୍ମଚାରୀଙ୍କୁ କୌଣସି କାରଣ ନଥାଇ ରାତି ଅଧିଆ ଗିରଫ କରାଯାଉଛି। ଏଭଳି ଗିରଫ ହୋଇଥିବା ଜଣେ କର୍ମଚାରୀଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହି ମାମଲାରେ ହାଇକୋର୍ଟ ପ୍ରମୋଟରଙ୍କ ଜାମିନ ମଞ୍ଜୁର କରିଥିଲେ। ତେବେ ଏହି ସମୟରେ ସଂପୃକ୍ତ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇଥିଲେ, ଆଉ ଏହା ପରେ ତାଙ୍କୁ ଜାମିନ ମିଳିଥିଲା।ଏବେ ହାଇକୋର୍ଟ ସେହି ମାମଲାକୁ ଖାରଜ କରିଦେଇଛନ୍ତି।'

ସେହିପରି ଓଡ଼ିଶାର ବିଭିନ୍ନ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲଗାତର ଜାରି ରହିଥିବା ଏଭଳି ହଇରାଣକୁ ବନ୍ଦ କରିବା ଲାଗି ଅଦାଲତଙ୍କ ଦ୍ୱାରସ୍ଥ ହେବା ଜାରି ରଖିବୁ। ଏହାସତ୍ତ୍ୱେ ଏହି ସମସ୍ତ ମାମଲା ଓ ଅଭିଯୋଗର ତଦନ୍ତ ପାଇଁ ଆମେ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସହଯୋଗ ଜାରି ରଖିବୁ ବୋଲି ଜଗି କହିଛନ୍ତି।

Advertisment

ତେବେ ସରକାରୀ ଅଧିକାରୀଙ୍କ ଏହି ଏକପାଖିଆ ବ୍ୟବହାରକୁ ଦେଖିବା ପରେ, ବର୍ତ୍ତମାନ ସମୟ ଆସିଛି ଏକ ନିରକ୍ଷେପ ଜାତୀୟ ଏଜେନ୍ସି ଏହି ସମସ୍ତ ଅଭିଯୋଗର ତଦନ୍ତ କରୁ। ଆମେ ଜାତୀୟ ଗଣମାଧ୍ୟମକୁ ଅପିଲ୍ କରୁଛୁ, ସମସ୍ତ ତଥ୍ୟର ଯାଞ୍ଚ କରି ସଠିକ୍ ଖବର ପ୍ରସାରଣ କରନ୍ତୁ। ଦେଶର ନ୍ୟାୟ ପ୍ରଣାଳୀ ଉପରେ ଆମ ସମ୍ପୂର୍ଣ୍ଣ ଭରସା ରହିଥିବ ଜଗି ଏହି ପ୍ରେସ୍ ରିଲିଜ୍‌ରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ