JAGI MANGAT Photograph: (OTV)
ଓଟିଭି ପକ୍ଷରୁ ଆଜି ଅନୁଷ୍ଠିତ ହେଉଛି ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ OTV ଫୋରସାଇଟ୍ 2026। ଏଥର ପ୍ରଥମ କରି ରାଜ୍ୟ ରାଜଧାନୀ ଭୁବନେଶ୍ବର ବଦଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେଉଛି। ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଚିନ୍ତାନାୟକଙ୍କୁ ନେଇ ବିଶେଷ ଆଲୋଚନାଧର୍ମୀ କାର୍ଯ୍ୟକ୍ରମ ଓଟିଭି ଫୋରସାଇଟ୍।
ପ୍ରତି ବର୍ଷ ଭଳି ଏଥର ବି ଦେଶ ଓ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ହେବ ଆଲୋଚନା ଓ ମାନସମନ୍ଥନ। ଏହି ଚିନ୍ତନରେ ସାମିଲ ହେଉଛନ୍ତି ରାଜନୀତି, ସାହିତ୍ୟ, ବ୍ୟବସାୟ, କ୍ରୀଡ଼ା, ମନୋରଞ୍ଜନ ଭଳି ଆହୁରି ଅନେକ କ୍ଷେତ୍ରରେ ପ୍ରତିଷ୍ଠା ଓ ପାରଦର୍ଶିତା ଲାଭ କରିଥିବା ବହୁ ବିଶେଷଜ୍ଞ ଓ ବିଶିଷ୍ଟ ବ୍ୟକ୍ତି।
ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ଆଲୋଚନାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସକସେନା, ANI ମୁଖ୍ୟ ସ୍ମିତା ପ୍ରକାଶ, ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀ, ଅଭିନେତା ଶ୍ରେୟସ ତଲପଡ଼େ, ବିଶିଷ୍ଟ ଶିଳ୍ପପତି ଗୌରବ ଡାଲମିଆଙ୍କ ସମେତ ଆହୁରି ବହୁ ପ୍ରମୁଖ ଓ ପ୍ରତିଭାବାନ ବ୍ୟକ୍ତିତ୍ବ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/jagi-mangat-2026-01-20-12-29-15.jpg)