Advertisment

ଓଟିଭି ଓ ଏହାର କର୍ମଚାରୀଙ୍କୁ ହଇରାଣ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଗିଙ୍କ ଅପିଲ୍

ଭୁବନେଶ୍ୱର: ଓଡ଼ିଶା ଟେଲିଭିଜନ ଲିଃ (ଓଟିଭି) କର୍ମଚାରୀଙ୍କୁ ଅଯଥାରେ ହଇରାଣ କରି ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସେ ୮ଟି ପଏଣ୍ଟ ଦର୍ଶାଇଛନ୍ତି। ୧. ଓଟିଭି ଏବଂ ଏହାର କର୍ମଚାରୀଙ୍କ ଉପରେ ହେଉଥିବା ନିର୍ଯାତନା ବନ୍ଦ କରିବାକୁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରୁଛି। ୨. ଗତ ୨୩ ବର୍ଷ ଧରି […]

ଅଦ୍ୟତନ ହୋଇଛି
ଓଟିଭି ଓ ଏହାର କର୍ମଚାରୀଙ୍କୁ ହଇରାଣ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଗିଙ୍କ ଅପିଲ୍

jagi-OTV

Advertisment

ଭୁବନେଶ୍ୱର: ଓଡ଼ିଶା ଟେଲିଭିଜନ ଲିଃ (ଓଟିଭି) କର୍ମଚାରୀଙ୍କୁ ଅଯଥାରେ ହଇରାଣ କରି ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସେ ୮ଟି ପଏଣ୍ଟ ଦର୍ଶାଇଛନ୍ତି।

Advertisment

୧. ଓଟିଭି ଏବଂ ଏହାର କର୍ମଚାରୀଙ୍କ ଉପରେ ହେଉଥିବା ନିର୍ଯାତନା ବନ୍ଦ କରିବାକୁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରୁଛି।

୨. ଗତ ୨୩ ବର୍ଷ ଧରି ଓଟିଭି ଯେଉଁ ମୂଲ୍ୟବୋଧ ଭିତ୍ତିକ ବୃତ୍ତିଗତ ସୁନାମ ଅର୍ଜନ କରିଛି, ସେଥିରେ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ।

Advertisment

୩. ଗତ ୨ ମାସ ମଧ୍ୟରେ ଆମ ବିରୋଧରେ ୧ ଡଜନରୁ ଅଧିକ ମାମଲା ଦାୟର କରାଯାଇଛି।

୪. ଆମେ ସହମତ ଯେ, କେହି ଆଇନଠାରୁ ଉର୍ଦ୍ଧ୍ୱରେ ନୁହଁନ୍ତି। ଓଟିଭି ବିରୋଧରେ ହୋଇଥିବା ଅଭିଯୋଗର ସଠିକ୍ ଅନୁସନ୍ଧାନ କରାଯାଇ କୋର୍ଟଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଉ।

୫. ଆଶ୍ଚର୍ଯ୍ୟଜନକ ଭାବେ, ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ, ପୋଲିସ ଖୋଲାଖୋଲି ସମସ୍ତ ନିୟମ ଉଲ୍ଲଂଘନ କରୁଛି ଏବଂ ଆମ କର୍ମଚାରୀଙ୍କୁ ଟାର୍ଗେଟ କରି ହଇରାଣ ହରକତ କରୁଛି। ଏମିତିକି ଓଟିଭି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବାକୁ ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରୁଛି।

Advertisment

୬. ଓଡିଶାବାସୀ ଭଲ କରି ଜାଣିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ଅଭିଯୋଗ ଖବର, ଓଟିଭି ନିର୍ଭୀକ ଭାବରେ ଦେଖାଉଥିବାରୁ ଜାଣିଶୁଣି ଆକ୍ରୋଶମୂଳକ ଭାବେ ଏପରି କରାଯାଉଛି।

୭. କିନ୍ତୁ ଆପଣ ଜାଣିରଖିବା ଉଚିତ ଯେ, ଓଟିଭି ସବୁ ଖବର ପ୍ରସାରଣ କରିଥାଏ। ବେଳେବେଳେ ଏହା ସରକାରଙ୍କ ସପକ୍ଷରେ ଥାଏ, ପୁଣି କେତେବେଳେ ବିରୋଧରେ ଯାଇଥାଏ। ଓଟିଭିର ଏହି ନିରପେକ୍ଷତା ସଂପର୍କରେ ଦର୍ଶକ ଜାଣନ୍ତି।

୮. ମୁଁ ପୁଣି ଥରେ ଅନୁରୋଧ କରୁଛି, ଓଟିଭି ବିରୋଧରେ ହଠାତ୍ ଆସିଥିବା ଏହି ଅଭିଯୋଗ ଗୁଡ଼ିକର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ, କିନ୍ତୁ ଦୟାକରି ଆମ କର୍ମଚାରୀଙ୍କୁ ହଇରାଣ କରନ୍ତୁ ନାହିଁ ଏବଂ ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ